କେନ୍ଦୁଝର: ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା

crpfକେନ୍ଦୁଝର: କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀପାଳଠାରେ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ଜଣଙ୍କ ହେଲେ ନରେନ୍ଦ୍ର କୁମାର । ମୃତ ନରେନ୍ଦ୍ରଙ୍କ ଘର ହରିୟାଣାରେ। ଆଜି ସକାଳ ୮ଟାରେ ନିଜ ଏକେ ୪୭ ବନ୍ଧୁକରୁ ମୁଣ୍ଡକୁ ଗୁଳିକରି ସେ ଆତ୍ମହତ୍ୟା କରିଛନ୍ତି। ମାନସିକ ଚାପ ଯୋଗୁଁ ଯବାନ ଜଣ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ବ୍ରାହ୍ମଣୀପାଳରେ ନରେନ୍ଦ୍ର ମାଓବାଦୀ ଅପରେସନରେ ନିୟୋଜିତ ଥିଲେ ।