ରାଜା ଶାସନ ନାହିଁ, ତଥାପି ଚାଲିଛି ରାଜ୍ୟାଭିଷେକ

କେନ୍ଦୁଝର (ପ୍ରଣୟ ପାଣି): କେବେଠାରୁ ଉଠିଗଲାଣି ରାଜା ଶାସନ। ତଥାପି ଚାଲିଛି ରାଜାଭିଷେକ। ଗହଳିଚହଳିରେ ଫାଟି ପଡ଼ୁଛି ରାଜନଅର। ବୀର ବାଦ୍ୟ, ତୂରୀ, ମହୁରୀରେ ପ୍ରକମ୍ପିତ ହେଉଛି ରାଜପ୍ରାସାଦ। ଏହାରି ଭିତରେ ଆଦିବାସୀ ପରମ୍ପରାରେ ରାଜା ଶିଆଡ଼ି ପତ୍ରରେ ନିର୍ମିତ ମୁକୁଟ ପିନ୍ଧି ଅଭିଷେକ ହେଉଛନ୍ତି। ଏଭଳି ଭାବେ କେନ୍ଦୁଝର ଗଡ଼ଜାତରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଛି। କେନ୍ଦୁଝର ଗଡ଼ଜାତ ରାଜ୍ୟର ରାଜା ଅନନ୍ତ ନାରାୟଣ ଭଞ୍ଜଦେଓଙ୍କର ଦେହାନ୍ତ ହୋଇଛି। ସେହିଦିନଠାରୁ ରାଜଗାଦି […]

kendujhar-king-swarin-ceremony

Manoranjan Sial
  • Published: Tuesday, 17 December 2019
  • , Updated: 17 December 2019, 04:45 PM IST

କେନ୍ଦୁଝର (ପ୍ରଣୟ ପାଣି): କେବେଠାରୁ ଉଠିଗଲାଣି ରାଜା ଶାସନ। ତଥାପି ଚାଲିଛି ରାଜାଭିଷେକ। ଗହଳିଚହଳିରେ ଫାଟି ପଡ଼ୁଛି ରାଜନଅର। ବୀର ବାଦ୍ୟ, ତୂରୀ, ମହୁରୀରେ ପ୍ରକମ୍ପିତ ହେଉଛି ରାଜପ୍ରାସାଦ। ଏହାରି ଭିତରେ ଆଦିବାସୀ ପରମ୍ପରାରେ ରାଜା ଶିଆଡ଼ି ପତ୍ରରେ ନିର୍ମିତ ମୁକୁଟ ପିନ୍ଧି ଅଭିଷେକ ହେଉଛନ୍ତି। ଏଭଳି ଭାବେ କେନ୍ଦୁଝର ଗଡ଼ଜାତରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଛି।

କେନ୍ଦୁଝର ଗଡ଼ଜାତ ରାଜ୍ୟର ରାଜା ଅନନ୍ତ ନାରାୟଣ ଭଞ୍ଜଦେଓଙ୍କର ଦେହାନ୍ତ ହୋଇଛି। ସେହିଦିନଠାରୁ ରାଜଗାଦି ଖାଲି ପଡ଼ିଥିଲା। ରାଜ୍ୟ କାର୍ଯ୍ୟ ସମ୍ପାଦନା ପାଇଁ ଧନଞ୍ଜୟଙ୍କୁ ନୂତନ ରାଜା ଭାବେ ଅଭିଶେଖ କରାଯାଇଛି। କେନ୍ଦୁଝର ପୁରୁଣା ସହରରେ ଥିବା ରାଜ ପ୍ରାସାଦରେ ବିଧିବିଧାନ ସହ ଏହି ରାଜ୍ୟାଭିଷେକ ହୋଇଛି। କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ଆଜ୍ଞାଫୁଲ ପାଇବା ପରେ ରାଜଗୁରୁ ଧନଞ୍ଜୟଙ୍କ ରାଜ୍ୟାଭିଷେକ କରାଯାଇଛି।

କେନ୍ଦୁଝର ରାଜ୍ୟ ପ୍ରଥମରୁ ଆଦିବାସୀ ସଂସ୍କୃତି ସହ ଜଡିତ ଥିବାରୁ ବିଧିବିଧାନ ପରେ ନୂତନ ରାଜାଙ୍କୁ ସିଆଡି ପତ୍ରରେ ନିର୍ମିତ ମୁକୁଟ ପିନ୍ଧାଯାଇ ଅଭିଷିକ୍ତ କରାଯାଇଛି। ଅଭିଶେକ ପରେ ରାଜା ଧନଞ୍ଜୟ କେନ୍ଦୁଝରର ଅରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ଆଶୀର୍ବାଦ ନେଇଛନ୍ତି। ତା’ପରେ ରାଜ୍ୟ ସହର ପରିଭ୍ରମଣ କରିଛନ୍ତି। ଆଗାମୀ ଦିନରେ ପରମ୍ପରା ଅନୁଯାୟୀ ରାଜକାର୍ଯ୍ୟ କରିବେ ବୋଲି ଧନଞ୍ଜୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Related story