ସ୍ପଞ୍ଜ କାରଖାନାରେ ବ୍ଲାଷ୍ଟ ଫର୍ଣ୍ଣେସ୍ ଫାଟି ୧୬ ଜଣ ଗୁରୁତର

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଯୋଡ଼ା KJS ଆଲୁଓ୍ୱାଲିଆ ସ୍ପଞ୍ଜ ଆଇରନ କାରଖାନା ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସ୍ ଫାଟି ଯିବାରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଯୋଡ଼ାର ଟିସ୍କୋ ମେଡିକାଲରେ  ଚିକିତ୍ସା କରାଯାଉଛି। ଆହତଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକଙ୍କ ଶରୀରର ୬୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବ୍ଲାଷ୍ଟ ଫର୍ଣ୍ଣେସରେ କାମରେ ଗ୍ୟାସ, ଡିଜେଲ, ମୋବିଲ, ଅକ୍ସିଜେନ […]

kendujhar

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 06:00 PM IST

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଯୋଡ଼ା KJS ଆଲୁଓ୍ୱାଲିଆ ସ୍ପଞ୍ଜ ଆଇରନ କାରଖାନା ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସ୍ ଫାଟି ଯିବାରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଯୋଡ଼ାର ଟିସ୍କୋ ମେଡିକାଲରେ  ଚିକିତ୍ସା କରାଯାଉଛି। ଆହତଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକଙ୍କ ଶରୀରର ୬୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବ୍ଲାଷ୍ଟ ଫର୍ଣ୍ଣେସରେ କାମରେ ଗ୍ୟାସ, ଡିଜେଲ, ମୋବିଲ, ଅକ୍ସିଜେନ ଆଦି ଦହନଶୀଳ ସାମଗ୍ରୀ ବ୍ୟବହୃତ ହୋଇଥାଏ। ଆଜି କାରଖାନାରେ ୨୦ରୁ ୨୫ ଜଣ ଶ୍ରମିକ କାମ କରୁଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ବ୍ଲାଷ୍ଟ ଫର୍ଣ୍ଣେସରେ ଲାଗିଯିବାରୁ ତାହା ଫାଟି ଯାଇଥିଲା। ସୁରକ୍ଷାକୁ ଅଣଦେଖା କରାଯାଇଥିବାରୁ ଏଭଳି ଦୂର୍ଘଟଣା ଘଟିଛି ବୋଲି ଅଭିଯୋଗ କରାଯାଉଛି।

ଏ ସଂପର୍କରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ନୀରବ ରହୁଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି। ଆହତ ଶ୍ରମିକଙ୍କୁ କ୍ଷତିପୂରଣ ଓ ସୁରକ୍ଷା ଦାବିରେ ଅନ୍ୟ ଶ୍ରମିକମାନେ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଇଛନ୍ତି।

Related story