Advertisment

ଇଣ୍ଟରନେଟ୍ ପାଇଁ ପାହାଡ଼ ଉପରେ ନେଲେ ଟିକା

କେନ୍ଦୁଝର (ପ୍ରଣୟ କୁମାର ପାଣି): ସାଧାରଣ ଲୋକଙ୍କୁ ଟିକା ଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି। କିନ୍ତୁ ଭିତ୍ତିଭୂମି ଓ ଇଣ୍ଟରନେଟ ଅଭାବରୁ ଲୋକେ ପାହାଡ଼ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଯୋଡ଼ା ବ୍ଲକ୍ ବଡ଼ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢ ପୋଖରି ଗାଁରେ। ଟେଲିକମ୍ ଟାୱାର ଓ ଇଣ୍ଟରନେଟ୍ ସେବା ଅଭାବରୁ ଓଡ଼ିଶାର ହଜାର ହଜାର ଗାଁରେ ସର୍ବନିମ୍ନ ସେବା ବ୍ୟାହତ […]

ଇଣ୍ଟରନେଟ୍ ପାଇଁ ପାହାଡ଼ ଉପରେ ନେଲେ ଟିକା

keonjhar

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): ସାଧାରଣ ଲୋକଙ୍କୁ ଟିକା ଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି। କିନ୍ତୁ ଭିତ୍ତିଭୂମି ଓ ଇଣ୍ଟରନେଟ ଅଭାବରୁ ଲୋକେ ପାହାଡ଼ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଯୋଡ଼ା ବ୍ଲକ୍ ବଡ଼ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢ ପୋଖରି ଗାଁରେ।

Advertisment

ଟେଲିକମ୍ ଟାୱାର ଓ ଇଣ୍ଟରନେଟ୍ ସେବା ଅଭାବରୁ ଓଡ଼ିଶାର ହଜାର ହଜାର ଗାଁରେ ସର୍ବନିମ୍ନ ସେବା ବ୍ୟାହତ ହୋଇଛି। ଅନଲାଇନ ପାଠପଢ଼ା ଠାରୁ ଆରମ୍ଭ କରି ଟିକାକରଣ, ବ୍ୟାଙ୍କ ସେବା ଆଦିରୁ ବହୁ ଲୋକ ବଞ୍ଚିତ ହୋଇଛନ୍ତି। ଇଣ୍ଟରନେଟ ସେବା ନଥିବା ସତ୍ତ୍ୱେ ଗ୍ରାମବାସୀଙ୍କ ଆତୁର ନିବେଦନ ଆଗରେ ମୁଣ୍ଡ ନୁଆଁଇ ପିଢ ପୋଖରି ଗାଁରେ ଟିକାକରଣ ପାଇଁ ବ୍ୟବସ୍ଥା କରିଥିଲେ।

ହେଲେ ଇଣ୍ଟରନେଟ ଖୋଜି ଖୋଜି ଶେଷରେ ଡେବରା ଡିହି ପାହାଡ଼ ଉପରେ ଟିକାକରଣ କରାଯାଇଥିଲା। ଏହି ଟିକାକରଣରେ ଯୋଡା ବ୍ଲକର ପିଢ ପୋଖରି, ବାଂଶପାଳ ବ୍ଲକର ଉପର କାଦକଳା/ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ ମିଶିସା, ସିମିରଦା, କଦଳିଆ ଓ କିଆକୁଦର ଗାଁର ୩୦୦ ଲୋକ ଟିକା ନେଇଥିଲେ।

Advertisment

ଏ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଛି ଜାଣି ନ ଥିବା ଫୋନରେ କହିଥିବା ବେଳେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏଲକେ ସିଂଙ୍କ କହିବା ଅନୁଯାୟୀ ଲୋକଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ଏ ପରି କରାଯାଇଥିଲା। ପାହାଡ଼ର ୧କିମି ଦୂରରେ ଏକ କମ୍ୟୁନିଟି ଘରକୁ ଅସ୍ଥାୟୀ ରହଣି ସ୍ଥଳ ପାଇଁ ବ୍ୟବହାର କରାଯାଇଥିଲା। ତେବେ ଏପରି ଦୁର୍ଗମ ଜାଗାରେ ଟିକାକରଣ ବେଳେ ଯଦି କିଛି ଅଘଟଣ ଘଟି ଥାଆନ୍ତା ତେବେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe