ଚଳିତବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରସିଦ୍ଧ ଖଣ୍ଡଗିରି ମେଳା ହେବ ନାହିଁ। ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଣ୍ଡଗିରିରେ ହେଉଥିବା ପ୍ରସିଦ୍ଧ ମାଘ ମେଳା ଚଳିତବର୍ଷ ହେବ ନାହିଁ । ଯେହେତୁ ଖଣ୍ଡଗିରି ମେଳାରେ ବହୁ ସଂଖ୍ୟାରେ ଲୋକେ ଏକଜୁଟ ହୋଇଥାନ୍ତି, ତେଣୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଦେଖି ଚଳିତବର୍ଷ ଏହି ମେଳାକୁ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ଅବଶ୍ୟ ମାଘ ସପ୍ତମୀରେ କୋଭିଡ୍ […]

khandagiri

Ordigital Desk
  • Published: Saturday, 29 January 2022
  • , Updated: 29 January 2022, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରସିଦ୍ଧ ଖଣ୍ଡଗିରି ମେଳା ହେବ ନାହିଁ। ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଣ୍ଡଗିରିରେ ହେଉଥିବା ପ୍ରସିଦ୍ଧ ମାଘ ମେଳା ଚଳିତବର୍ଷ ହେବ ନାହିଁ । ଯେହେତୁ ଖଣ୍ଡଗିରି ମେଳାରେ ବହୁ ସଂଖ୍ୟାରେ ଲୋକେ ଏକଜୁଟ ହୋଇଥାନ୍ତି, ତେଣୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଦେଖି ଚଳିତବର୍ଷ ଏହି ମେଳାକୁ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ଅବଶ୍ୟ ମାଘ ସପ୍ତମୀରେ କୋଭିଡ୍ କଟକଣା ମଧ୍ୟରେ ଖଣ୍ଡଗିରିରେ ପୂଚ୍ଚାର୍ଚ୍ଚନା ଓ ରୀତିନୀତି ସମ୍ପାଦିତ ହେବ । ଖଣ୍ଡଗିରି ମେଳାରେ ହେଉଥିବା ଅପେରା ପାର୍ଟି ଦ୍ୱାରା ଯାତ୍ରା ମଧ୍ୟ ବନ୍ଦ ହୋଇପାରେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖଣ୍ଡଗିରି ମେଳାକୁ ମଧ୍ୟ ବିଏମସି ବାତିଲ କରିଥିଲା।

ସୂଚନାଯୋଗ୍ୟ, ମାଘ ସପ୍ତମୀରେ କୋଣାର୍କର ଚନ୍ଦ୍ରଭାଗାଠାରେ ସମୁଦ୍ରରେ ବୁଡ଼ ପକାଇବାକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥାଏ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ଚନ୍ଦ୍ରଭାଗା ମେଳାକୁ ବାତିଲ କରାଯାଇଛି । ଗତକାଲି ଚନ୍ଦ୍ରଭାଗାର ମାଘ ସପ୍ତମୀ ମେଳା ଆୟୋଜନକୁ ମଧ୍ୟ ପୁରୀ ପ୍ରଶାସନ ବାତିଲ କରିଥିଲେ।

Related story