ମୁଁ ଖଣ୍ଡଗିରି ଆଇଆଇସି କହୁଛି- ଆଇ ଲଭ୍‌ ୟୁ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଁ ଖଣ୍ଡଗିରି ଥାନା ଆଇଆଇସି କହୁଛି ଆଇ ଲଭ୍‌ ୟୁ! ଜଣେ ଦୁଷ୍କର୍ମ ପୀଡ଼ିତାକୁ ଫୋନ୍‌ କରି ଜଣେ ପୁଲିସବାବୁ ଏପରି କହୁଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଜଣେ ସାମ୍ୱାଦିକ ଓ ତାଙ୍କ ସାଥୀ (ପୁଲିସର ପରିଚୟ ଦେଇ) ଗିରଫ କରିଛି। ଅଭିଯୋଗରୁ ପ୍ରକାଶ, ମନୋଜ ମହାନ୍ତି ହେଉଛନ୍ତି ଏକ ଗଣମାଧ୍ୟମ ସଂସ୍ଥାର ସାମ୍ୱାଦିକ। ସେ ନିଜକୁ ଖଣ୍ଡଗିରି […]

police

Tapaswini Nayak
  • Published: Saturday, 25 April 2020
  • , Updated: 25 April 2020, 04:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଁ ଖଣ୍ଡଗିରି ଥାନା ଆଇଆଇସି କହୁଛି ଆଇ ଲଭ୍‌ ୟୁ! ଜଣେ ଦୁଷ୍କର୍ମ ପୀଡ଼ିତାକୁ ଫୋନ୍‌ କରି ଜଣେ ପୁଲିସବାବୁ ଏପରି କହୁଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଜଣେ ସାମ୍ୱାଦିକ ଓ ତାଙ୍କ ସାଥୀ (ପୁଲିସର ପରିଚୟ ଦେଇ) ଗିରଫ କରିଛି।

ଅଭିଯୋଗରୁ ପ୍ରକାଶ, ମନୋଜ ମହାନ୍ତି ହେଉଛନ୍ତି ଏକ ଗଣମାଧ୍ୟମ ସଂସ୍ଥାର ସାମ୍ୱାଦିକ। ସେ ନିଜକୁ ଖଣ୍ଡଗିରି ଥାନାର ଆଇଆଇସିର ପରିଚୟ ଦେଇ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଫୋନ୍‌ କରି ପ୍ରେମ ନିବେଦନ କରିଥିଲେ। ଏପରିକି ଦୁଷ୍କର୍ମ ମାମଲା ରଫାଦଫା କରିବା ପାଇଁ ଚାପ ପକାଉଥିଲେ। ତେବେ ମନୋଜଙ୍କ କଥା ଉପରେ ସନ୍ଦେହ ହେବାରୁ ପୀଡ଼ିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ମନୋଜ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି। ମନୋଜଙ୍କ ସହଯୋଗୀଙ୍କ ଘର କୋରାପୁଟ ଜିଲ୍ଲାରେ। ତାଙ୍କ ନାଁରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଓ କ୍ୟାପିଟାଲ୍‌ ଥାନାରେ ଏକାଧିକ ମାମଲା ରହିଛି।

Related story