‍ଖଣ୍ଡଗିରି ରେଷ୍ଟୁରାଣ୍ଟରେ ବିସ୍ଫୋରଣ ଘଟଣା: ଛାନଭିନ୍ ଆରମ୍ଭ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରିଠାରେ ଥିବା ଏକ ରେଷ୍ଟୁରାଣ୍ଟ ବିସ୍ଫୋରଣ ଘଟଣାରେ ଛାନଭିନ୍ ଆରମ୍ଭ କରିଛି ପୋଲିସ । କିପରି ହୋଟେଲ ଭିତରକୁ ବାଣ ଆସିଲା ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ବାଣ ନିଆଁରୁ ଏହି ବିସ୍ପୋରଣ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି। ତେବେ ବାଣ କିଏ ଆଣିଥିଲା, ହୋଟେଲକୁ ଆସିଥିବା କଷ୍ଟମର ବାଣ ଆଣିଥିଲେ ନା, ହୋଟେଲ କର୍ମଚାରୀ। ବସ୍ତାବସ୍ତା ବାଣ ଜେନେରେଟର ପାଖରେ କିଏ ରଖିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସବୁ […]

khandagiri_Fotor_Collage

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 01:50 PM IST

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରିଠାରେ ଥିବା ଏକ ରେଷ୍ଟୁରାଣ୍ଟ ବିସ୍ଫୋରଣ ଘଟଣାରେ ଛାନଭିନ୍ ଆରମ୍ଭ କରିଛି ପୋଲିସ । କିପରି ହୋଟେଲ ଭିତରକୁ ବାଣ ଆସିଲା ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ବାଣ ନିଆଁରୁ ଏହି ବିସ୍ପୋରଣ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି। ତେବେ ବାଣ କିଏ ଆଣିଥିଲା, ହୋଟେଲକୁ ଆସିଥିବା କଷ୍ଟମର ବାଣ ଆଣିଥିଲେ ନା, ହୋଟେଲ କର୍ମଚାରୀ। ବସ୍ତାବସ୍ତା ବାଣ ଜେନେରେଟର ପାଖରେ କିଏ ରଖିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସବୁ ଦିଗରୁ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଅନ୍ୟପକ୍ଷରେ ସିସିଟିଭିରେ କଏଦ ହୋଇଛି ରାଜଧାନୀର ଖଣ୍ଡଗିରି ବାର ଆଣ୍ଡ ରେଷ୍ଟୁରାଣ୍ଟ ବିସ୍ଫୋରଣ ସମୟର ଦୃଶ୍ୟ। ମଙ୍ଗଳବାର ଅପରାହ୍ଣ ୪ଟା ୫୪ ମିନିଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣର ଦୃଶ୍ୟ ଏହି ସିସିଟିଭି ଫୁଟେଜରେ କଏଦ ହୋଇଛି।

ଅନ୍ୟପକ୍ଷରେ ଏହି ବିସ୍ଫୋରଣର ପ୍ରଭାବ ଏପରି ଥିଲା ଯେ, ଆଜି ବି ଲୋକେ ଘଟଣାସ୍ଥଳ ବୁଲି ଦେଖୁଥିଲେ। ସେପଟେ ଘଟଣାରେ ମୃତ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବାକୁ ସମ୍ପର୍କୀୟମାନେ ଦାବି କରିଛନ୍ତି। ଶବ ସଂସ୍କାର ପାଇଁ ପ୍ରାଥମିକ ଭାବେ ୨୦ ହଜାର ଲେଖାଏଁ ଦିଆଯାଇଥିବା ବେଳେ ମୃତକଙ୍କୁ ୫ ଲକ୍ଷ ଲେଖାଏଁ ଦିଆଯିବ ବୋଲି ବାର ମାଲିକ ଶରତ କୁମାର ପାତ୍ର କହିଛନ୍ତି।

ସୂଚନଯୋଗ୍ୟ, ଗତକାଲି ଖଣ୍ଡଗିରିସ୍ଥିତ ଏକ ବାର ଆଣ୍ଡ ରେଷ୍ଟୁରାଣ୍ଟରେ ବାଣ ଯୋଗୁଁ ଜେନେରେଟର ବିସ୍ଫୋରଣ ହୋଇଥିଲା। ଏଥିରେ ତିନିଜଣ ବ୍ୟକ୍ତିଙ୍କ ମୃତ୍ୟୁ ସହ ୪ଜଣ ଆହତ ହୋଇଥିଲେ।

Related story