ରାଜ୍ୟ ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ପରାମର୍ଶ ଦେଛନ୍ତି। ଚଳିତମାସ ସୁଦ୍ଧା ସାରା ଦେଶରେ ନିଲାମ ହେବାକୁ ଥିବା ଖଣି ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଓଡ଼ିଶାର ନାଁ ନାହିଁ। ଆଜି କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର ଭୁବନେଶ୍ୱର ଆସି ମୁଖ୍ୟ ଶାସନ ସଚିବଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ତାଲିକାରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ୩୧ଟି […]

khani

khani

Rakesh Mallick
  • Published: Thursday, 30 June 2016
  • Updated: 01 July 2016, 08:37 AM IST

Sports

Latest News

khaniଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ପରାମର୍ଶ ଦେଛନ୍ତି। ଚଳିତମାସ ସୁଦ୍ଧା ସାରା ଦେଶରେ ନିଲାମ ହେବାକୁ ଥିବା ଖଣି ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଓଡ଼ିଶାର ନାଁ ନାହିଁ। ଆଜି କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର ଭୁବନେଶ୍ୱର ଆସି ମୁଖ୍ୟ ଶାସନ ସଚିବଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ତାଲିକାରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ୩୧ଟି ଖଣିର ନାଁ ରହିଛି। ତାଲିକାରେ ଲୁହା ପଥର, ହୀରା, ଲାଇମଷ୍ଟୋନ, ବକ୍ସାଇଟ୍‌, ମାଙ୍ଗାନିଜ ଓ ତମ୍ବା ଖଣି ରହିଛି। ହେଲେ ଏହି ତାଲିକାରେ ଓଡ଼ିଶା ନାହିଁ। ଏପରି ସ୍ଥିତିରେ ଖଣି ନିଳାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ଗତବର୍ଷ ଡିସେମ୍ବରରେ ରାଜ୍ୟ ସରକାର ପ୍ରଥମ ଖଣି ଭାବେ ଗୋଟିଏ ଲୁହା ପଥର ବ୍ଲକ ନିଲାମୀ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ସଂଶୋଧିତ ଏମ୍‌ଏମ୍‌ଡିଆର ଆକ୍ଟ ଅନୁସାରେ ରାଜ୍ୟରେ ଥିବା ଖଣିଗୁଡିକୁ ଜି-୩ ଲେବଲରୁ ଜି-୨ ଲେଭଲକୁ ଆଣିବାରେ ବିଳମ୍ବ ହେଉଥିବାରୁ ନିଲାମୀ ପ୍ରକ୍ରିୟାରେ ବି ଡେରି ହେଉଛି।

କେନ୍ଦ୍ର ଖଣି ସଚିବ କୁମାର କହିଛନ୍ତି, “ଆସନ୍ତା ମାସକ ମଧ୍ୟରେ ରାଜ୍ୟରେ ଚିହ୍ନଟ ୮ଟି ଖଣିର ନିଲାମୀ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି।”

ନାଲକୋ ପାର୍କ ପ୍ରତିଷ୍ଠା ନେଇ ମଧ୍ୟ ସେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଥିବା ଶିଳ୍ପ ଗୁଡିକୁ ନାଲକୋ କଞ୍ଚାମାଲ ଯୋଗାଇବା ସାଙ୍ଗକୁ ବକ୍ସାଇଟ୍‌ ଉତ୍ପାଦନ ବୃଦ୍ଧି, ଶ୍ରୀମନ୍ଦିର ଚାରିପାଖର ଉନ୍ନତିକରଣ, ଭିତ୍ତିଭୂମିର ବିକାଶ ଓ ସଫେଇ ନେଇ ନାଲ୍‌କୋ ପଦକ୍ଷେପ ନେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos