୪୦ ବର୍ଷ ପରେ...ବାଘୁଣୀ ଖଇରୀକୁ ଝୁରୁଛି ମା ନିହାର ନଳିନୀ

କଟକ(ଓଡ଼ିଶା ରିପୋର୍ଟର): ଖଇରୀ । ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ। ସେ ମଣିଷ ନଥିଲା । ତଥାପି ମଣିଷର ନିରବଛିନ୍ନ ସ୍ନେହ ଆଉ ଶ୍ରଦ୍ଧା ପାଇ ଭୁଲିଯାଇଥିଲା ନିଜ ଭିତରେ ଥିବା ସହଜାତ ହିଂସ୍ର ପ୍ରବୃତ୍ତିକୁ। ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ। ଆଜି କିନ୍ତୁ ସେହି ବାଘୁଣି ଖଇରୀ ଅଛି । କେବଳ ସ୍ମୃତିର ଖିଅ ହୋଇ। ଖଇରୀକୁ ଯିଏ ସନ୍ତାନ ଭଳି ପାଳି ପୋଶି ବଡ଼ କରିଥିଲେ, ଆଜି ସେ ବୟସର […]

6bn

Tapas Behera
  • Published: Thursday, 02 July 2020
  • , Updated: 02 July 2020, 09:39 PM IST

କଟକ(ଓଡ଼ିଶା ରିପୋର୍ଟର): ଖଇରୀ । ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ। ସେ ମଣିଷ ନଥିଲା । ତଥାପି ମଣିଷର ନିରବଛିନ୍ନ ସ୍ନେହ ଆଉ ଶ୍ରଦ୍ଧା ପାଇ ଭୁଲିଯାଇଥିଲା ନିଜ ଭିତରେ ଥିବା ସହଜାତ ହିଂସ୍ର ପ୍ରବୃତ୍ତିକୁ। ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ। ଆଜି କିନ୍ତୁ ସେହି ବାଘୁଣି ଖଇରୀ ଅଛି । କେବଳ ସ୍ମୃତିର ଖିଅ ହୋଇ। ଖଇରୀକୁ ଯିଏ ସନ୍ତାନ ଭଳି ପାଳି ପୋଶି ବଡ଼ କରିଥିଲେ, ଆଜି ସେ ବୟସର ଅପରାହ୍ନରେ । ଝୁରୁଛନ୍ତି ଖଇରୀକୁ। ଖଇରୀ ସହ ବିତିଯାଇଥିବା ମଧୂର ମୁହୂର୍ତ୍ତ ସବୁକୁ ଗୋଟି ଗୋଟି କରି ମନେପକାଉଛନ୍ତି ସେ । ସେ ହେଉଛନ୍ତି ଖଇରୀର ମା ନିହାର ନଳିନୀ ସ୍ୱାଇଁ। ବୟସର ଅପରାହ୍ନରେ ଆଜି ନିହାର ନଳିନୀ ସ୍ୱାଇଁ।

ଯିଏ ମହାବଳ ବାଘୁଣୀକୁ ପାଳି ପୋଶି ବଡ଼ କରିଥିଲେ । ସ୍ନେହ, ଶ୍ରଦ୍ଧା ଆଉ ଆତ୍ମୀୟତାର ବନ୍ଧନ ଭିତରେ ବାନ୍ଧି ରଖିଥିଲେ । ଆଉ ସେହି ବାଘୁଣୀର ନାଁ ରଖିଥିଲେ ଖଇରୀ । ଆଜି ଖଇରୀ ଚାଲିଯିବାର ୪୦ ବର୍ଷ ବିତିଗଲାଣି । ତଥାପି ଭୁଲିପାରୁନାହାଁନ୍ତି ତାକୁ।

୧୯୭୪ର କଥା। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦ୍ଦେଶକ ତଥା ସ୍ୱାମୀ ସରୋଜ ରାୟ ଚୌଧୁରୀଙ୍କ ସହ ଖଇରା ନଦୀ କୂଳରେ ବୁଲୁଥିଲେ ନିହାର ନଳିନୀ। ସେହି ସମୟରେ ଦେଖିବାକୁ ପାଇଥିଲେ ଏକ ବାଘ ଛୁଆକୁ । ତାକୁ ଘରକୁ ଆଣି ପାଳିପୋଶି ବଡ଼ କରିଥିଲେ। ଖଇରା କୂଳରୁ ପାଇଥିବାରୁ ନାଁ ରଖିଥିଲେ ଖଇରୀ। ଧିରେ ଧିରେ ଘରର ସଦସ୍ୟ ବନିଯାଇଥିଲା ଖଇରୀ। ପିଲାଠୁ ବୟସ୍କ, ଗାଁରୁ ସହର। ସମସ୍ତଙ୍କ ଭିଡ଼ ଜମୁଥିଲା ଖଇରୀକୁ ଦେଖିବା ପାଇଁ । ୭ ବର୍ଷ ଧରି ମଣିଷ କୋଳରେ ବଢ଼ିଥିଲା ମଣିଷ ଭଳି। ୧୯୮୧ ମସିହାରେ ରେବିଜ୍‌ରେ ପୀଡ଼ିତ ଖଇରିକୁ ଦିଆଯାଇଥିବା ଟ୍ରାଙ୍କୁଲାଇଜରର ପରିମାଣ ଅଧିକ ହୋଇଯିବାରୁ ସେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଥିଲା।

ଆଜି ବିତିଯାଇଛି ୪ ଦଶନ୍ଧି । ସ୍ୱାମୀ ସରୋଜ ବି ଆଉ ନାହାଁନ୍ତି। ପିଲାପିଲି ନଥିବାରୁ ୯୦ ବର୍ଷ ବୟସରେ ବୃଦ୍ଧାଶ୍ରମରେ ବଳକା ଆୟୁଷ କାଟୁଛନ୍ତି ନିହାର ନଳିନୀ। ଆଉ କୋଳେଇ କାଖେଇ ବଡ଼ କରିଥିବା ଖଇରୀକୁ ମନେ ପକାଉଛନ୍ତି ।

Related story