ଖୋର୍ଦ୍ଧା: ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ୨ଗିରଫ

ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏହାସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ଛିମା ଗାଁର ଭିକାରୀ ବେହେରା ଓ ମହେଶ୍ୱର ବିଶ୍ୱାଳ। ବନ୍ଧୁକ ଦୁଇଟିକୁ ସେମାନେ ରଣପୁର ଅଂଚଳରୁ କିଣିଥିବା କହିବା ପରେ ପୋଲିସ ସେମାନଙ୍କ ସୂଚନା ଆଧାରରେ ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ କମିଶନରେଟ୍ ପୋଲିସ ଖୋର୍ଦ୍ଧା ଜଙ୍କିଆ […]

bandhuka

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 01:30 PM IST

ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏହାସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ଛିମା ଗାଁର ଭିକାରୀ ବେହେରା ଓ ମହେଶ୍ୱର ବିଶ୍ୱାଳ। ବନ୍ଧୁକ ଦୁଇଟିକୁ ସେମାନେ ରଣପୁର ଅଂଚଳରୁ କିଣିଥିବା କହିବା ପରେ ପୋଲିସ ସେମାନଙ୍କ ସୂଚନା ଆଧାରରେ ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ କମିଶନରେଟ୍ ପୋଲିସ ଖୋର୍ଦ୍ଧା ଜଙ୍କିଆ ଅଂଚଳରେ ଚଢାଉ କରି ଏକ ବନ୍ଧୁକ ତିଆରି କାରଖାନା ଠାବ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ତେଣୁ ଏବେ ଏହି ଘଟଣା ଜିଲ୍ଲାରେ ବେଆଇନ ବନ୍ଧୁକ କାରବାର ସମ୍ପର୍କରେ ପୋଲିସକୁ କିଛି ନୂତନ ତଥ୍ୟ ସୁରାକ ମିଳିପାରେ ବୋଲି ଆଶା କରାଯାଉଛି।

Related story