ଖୋର୍ଦ୍ଧା: ଗୋଡ଼ିପଡ଼ା ଟୋଲଗେଟରେ ଦୁର୍ଘଟଣା ଘଟାଇଥିବା ମିନିଟ୍ରକ୍ ଓ ଅଭିଯୁକ୍ତ ଡ୍ରାଇଭରକୁ ଧରିବା ପୋଲିସ୍ ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି। ସିସିଟିଭି ଫୁଟେଜରୁ ଗାଡ଼ିର ନମ୍ୱର ଜଣାପଡୁ ନ ଥିବାରୁ ଏଥିପାଇଁ ବିଶେଷଜ୍ଞଙ୍କ ସହାୟତା ନେବାକୁ ପୋଲିସ ଯୋଜନା କରୁଛି । ସେପଟେ ମୃତକଙ୍କୁ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ କିନ୍ନର ସଂଘ ଦାବି କରିଛି ।
ଗୋଡ଼ିପଡ଼ା ଟୋଲଗେଟରେ ମାତ୍ର ୧୨୫ ଟଙ୍କା ବଞ୍ଚାଇବା ଲାଗି ଡ୍ରାଇଭର ଜଣେ ମଣିଷର ଜୀବନ ନେଇଗଲେ । ଦୁର୍ଘଟଣାର ଦୁଇଦିନ ପରେ ବି ପୋଲିସ ତାଙ୍କୁ ଧରିବାକୁ ସକ୍ଷମ ହୋଇପାରିନାହିଁ । ସିସିଟିଭି ଫୁଟେକରୁ ଦୁର୍ଘଟଣା ଘଟାଇଥିବା ମିନିଟ୍ରକ ନମ୍ୱର ସ୍ପଷ୍ଟ ହେଉ ନ ଥିବାରୁ ତଦନ୍ତ ସେଭଳି ଆଗେଇ ପାରୁନି । ତେଣୁ ପୋଲିସ ଏଥିପାଇଁ ବିଶେଷଜ୍ଞଙ୍କ ସହାୟତା ନେବାକୁ ଯୋଜନା କରୁଛି ।