Advertisment

ସାଇବର ଠକଙ୍କ କବ୍ଜାରେ ରାଜଧାନୀ, ମାସକରେ ଲୁଟି ନେଲେ ଅଧ କୋଟି ଟଙ୍କା‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଇବର ଠକେଇ ନେଇ ଭୁବନେଶ୍ୱରରେ ସ୍ଥାପିତ ହୋଇଥିବା ହେଲପ୍‌ ଡେକ୍ସକୁ ମାସେ ପୂରିବାକୁ ଯାଉଛି। ଏହି ସମୟ ମଧ୍ୟରେ ସମଗ୍ର ରାଜ୍ୟରୁ ୧୨୦୭ଟି ଫୋନ୍‌ କଲ ଆସିଛି। ସେଥିମଧ୍ୟରୁ ଭୁବନେଶ୍ୱରର କେବଳ ୩୬୮ କଲ୍‌ ଆସିଥିବା ବେଳେ ରାଜଧାନୀବାସୀ ଅଧ କୋଟିରୁ ଅଧିକ ଠକେଇର ଶିକାର ହୋଇଛନ୍ତି। ଆଜି ଗଣମାଧ୍ୟକୁ ସମ୍ବୋଧନ କରି ଏପରି କହିଛନ୍ତି ପୁଲିସ୍‌ କମିଶନର ସୁଧାଶୁଂ ଷଡଙ୍ଗୀ। ଏଥିସହ ସିପି କହିଛନ୍ତି, ଭୁବନେଶ୍ୱର ବାହାରୁ ୮୩୯ କଲ୍‌ ଆସିଛି। ହେଲେ […]

ସାଇବର ଠକଙ୍କ କବ୍ଜାରେ ରାଜଧାନୀ, ମାସକରେ ଲୁଟି ନେଲେ ଅଧ କୋଟି ଟଙ୍କା‌

crime

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଇବର ଠକେଇ ନେଇ ଭୁବନେଶ୍ୱରରେ ସ୍ଥାପିତ ହୋଇଥିବା ହେଲପ୍‌ ଡେକ୍ସକୁ ମାସେ ପୂରିବାକୁ ଯାଉଛି। ଏହି ସମୟ ମଧ୍ୟରେ ସମଗ୍ର ରାଜ୍ୟରୁ ୧୨୦୭ଟି ଫୋନ୍‌ କଲ ଆସିଛି। ସେଥିମଧ୍ୟରୁ ଭୁବନେଶ୍ୱରର କେବଳ ୩୬୮ କଲ୍‌ ଆସିଥିବା ବେଳେ ରାଜଧାନୀବାସୀ ଅଧ କୋଟିରୁ ଅଧିକ ଠକେଇର ଶିକାର ହୋଇଛନ୍ତି। ଆଜି ଗଣମାଧ୍ୟକୁ ସମ୍ବୋଧନ କରି ଏପରି କହିଛନ୍ତି ପୁଲିସ୍‌ କମିଶନର ସୁଧାଶୁଂ ଷଡଙ୍ଗୀ।

Advertisment

ଏଥିସହ ସିପି କହିଛନ୍ତି, ଭୁବନେଶ୍ୱର ବାହାରୁ ୮୩୯ କଲ୍‌ ଆସିଛି। ହେଲେ ଭୁବନେଶ୍ୱର ବାହାର ଲୋକ ଏହି ନମ୍ବରକୁ ଫୋନ୍‌ କଲେ ବେଶି ସହାୟତା ପାଇପାରୁ ନାହାନ୍ତି। ୧୨୦୭ଟି କଲ୍‌ ମଧ୍ୟରୁ ୨୨୯ଟି କଲ୍‌ ଠକେଇ ସହ ସମ୍ପର୍କୀତ ରହିଛି । ୟୁପିଆଇ ଟ୍ରାନଜାକ୍ସନ ଠକେଇ ୨୮୯  ରହିଛି। ଏବେ ଲୋକେ ସଚେତନ ହେବାରୁ କ୍ରେଡିଟ କାର୍ଡ, ଡେବିଟ କାର୍ଡ ନମ୍ବର ଅଜଣା ଲୋକଙ୍କୁ ଦେଉ ନାହାନ୍ତି। ଏହାସତ୍ତ୍ୱେ ୪୬ଟି କେସ୍‌ ହୋଇଛି। ଅନ୍ୟ କେସ୍‌ ୮୭୨ ଅଛି।

ସମୁଦାୟ, ୧ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ଠକେଇ ହୋଇଥିବା ବେଳେ ଭୁବନେଶ୍ୱର କେବଳ ୫୨ ଲକ୍ଷ ୧୬ ହଜାର ୪୮୩ ଟଙ୍କା ଠକେଇ ହୋଇଛି।  ସେଥିମଧ୍ୟରୁ ୭ ଲକ୍ଷ ୧୯ ହଜାର ୭୧୧ ଟଙ୍କା ବ୍ଲକ କରିପାରିଛୁ।

Advertisment

ଡିଜିଟାଲ ଟ୍ରାନଜାକ୍ସନ ବଢ଼ିବାରୁ କଣ୍ଟାକ୍ଟଲଲେସ୍‌ କ୍ରାଇମ୍‌ ବଢ଼ୁଛି। ଅପରାଧି ନିଜେ ଉପସ୍ଥିତ ରହି ଚୋରି କରୁନି। ବିଭିନ୍ନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ନେଇ ଯାଉଛି। ସେଥିପାଇଁ ହେଲପ୍‌ ଡେକ୍ସ କରାଯାଇଛି। ଏହାକୁ ଅଧିକ ଦକ୍ଷ କରିବାକୁ ଉଦ୍ୟମ ହେଉଛି।

ସିପି କହିଛନ୍ତି, କଟକରେ ଏକ ସାଇବର କ୍ରାଇମ ଥାନା କାର୍ଯ୍ୟକ୍ଷମ ଥିବା ବେଳେ ଭୁବନେଶ୍ୱରରେ ଏଥିପାଇଁ ଏକ ଥାନା ପାଇଁ ଦାବି ହେଉଛି। ଏନେଇ ରାଜ୍ୟ ପୁଲିସ୍‌ ସଦର ମହକୁମା, ରାଜ୍ୟ ସରକାରଙ୍କୁ ଜଣାଯାଇଛି।  ୨୦୨୧ରେ ସାଇବର କ୍ରାଇମ ଥାନା ହେବ ବୋଲି ଆଶା କରାଯାଉଛି । ନ ହେବା ପର୍ଯ୍ୟନ୍ତ ହେଲପ୍‌ ଡେକ୍ସ ସାହାଯ୍ୟରେ ଜନସାଧାରଣଙ୍କୁ ଏହି ସହାୟତା ଯୋଗାଇ ଦିଆଯାଉଛି।

ଏବେ ୟୁପିଆଇ ଠକେଇ ସଂଖ୍ୟା ବେଶି ଅଛି। ଏଥିରେ ଓଟିପି ଥରେ ବି ଆସୁନି। କ୍ରେଡିଟ କାର୍ଡରେ ଟ୍ରାନଜାକ୍ସନ ହେଲେ ମେଲ୍‌ ଆସୁଛି। ବେଳେ ବେଳେ ଠକ ସଙ୍ଗେସଙ୍ଗେ ଠକେଇ କରନ୍ତି। ନଚେତ ରାତି ଅଧରେ କରନ୍ତି। ତେଣୁ ସୁଫଳ ପାଇବାକୁ ଠକେଇର ପ୍ରଥମ ଘଣ୍ଟା ଭିତରେ  ଜଣାନ୍ତୁ। ଫଳରେ ତୁରନ୍ତ କେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି  ଜଣାପଡ଼ି ତାହାକୁ ବ୍ଲକ କରିହେବ। ଏହାବ୍ୟତୀତ ଠକେଇର ଶିକାର ହେବା ପୂର୍ବରୁ ମଧ୍ୟ ଫ୍ରଡ କଲ୍‌ ପାଇଲେ ସଙ୍ଗେ ସଙ୍ଗେ ଜଣାନ୍ତୁ। ଫଳରେ ଉକ୍ତ ସିମ୍‌ କାର୍ଡକୁ ବ୍ଲକ କରିହେବ।

ଅପରପକ୍ଷେ, ଫ୍ରଡ୍‌ କଲ୍‌ ମୁଖ୍ୟତଃ ଝାଡଖଣ୍ଡର ଜାମତରା, ବିହାରର ଦେଓଘର ପାଖାପାଖି, ପଶ୍ଚିମ ବଙ୍ଗ, ବାଙ୍ଗଲାଦେଶ ସୀମାନ୍ତ ପାଖାପାଖି ଅଞ୍ଚଳ, ନୋଏଡ଼ା, କେରଳ, ରାଜସ୍ଥାନରୁ  ଆସୁଛି। ଏଥିରେ ବେଶି ଓଡ଼ିଶାର ଲିଙ୍କ ମିଳୁନି।

ସମୟ ସହିତ ଅପରାଧ ବଦଳି ବଦଳି ଚାଲିଛି। ଜନସାଧାରଣଙ୍କ ଆବଶ୍ୟକତାକୁ ଦେଖି ହେଲପ୍‌ ଡେକ୍ସ କରାଯାଇଛି। ଜନସାଧାରଣଙ୍କ ତଥ୍ୟ ଆଧାରରେ ଅନେକ ଫୋନ୍‌, ବ୍ୟାଙ୍କ ଆକାଉଣ୍ଟ ବ୍ଲକ କରାଯାଇଛି। ତେଣୁ ଅନଲାଇନ୍‌ ଠକାମୀର ଶିକାର ହେଲେ ୭୪୪୦୦୦୬୭୦୯- ନମ୍ବରରେ ଫୋନ୍‌ କରିବାକୁ ସିପି ଜନସାଧାରଣଙ୍କୁ ଜଣାଇଛନ୍ତି। ଯିଏ ଠକେଇର ଶିକାର ହେବା ପୂର୍ବରୁ ଏ ସମ୍ପର୍କରେ ଆଭାସ ପାଇପାରୁଛନ୍ତି, ସଙ୍ଗେସଙ୍ଗେ ପୁଲିସ୍‌କୁ ଜଣାଇଲେ ତାହାକୁ ଅକାମୀ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe