Advertisment

୧୯୯୯ ଗଣଦୁଷ୍କର୍ମ ମାମଲା; ୨୨ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଶେଷରେ ବନ୍ଧା ହେଲା । ଘଟଣାର  ୨୨ ବର୍ଷ ପରେ ପୁନେରୁ ତାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୁଲିସ୍‌। ବିବନ ବିଶ୍ୱାଳର ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସୂଚନାଯୋଗ୍ୟ, ୧୯୯୯ ଜାନୁଆରୀ ୯ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ  ହୋଇଥିଲା।  ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା  […]

ଅଦ୍ୟତନ ହୋଇଛି
୧୯୯୯ ଗଣଦୁଷ୍କର୍ମ ମାମଲା; ୨୨ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

Bibana

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଶେଷରେ ବନ୍ଧା ହେଲା । ଘଟଣାର  ୨୨ ବର୍ଷ ପରେ ପୁନେରୁ ତାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୁଲିସ୍‌। ବିବନ ବିଶ୍ୱାଳର ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

Advertisment

ସୂଚନାଯୋଗ୍ୟ, ୧୯୯୯ ଜାନୁଆରୀ ୯ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ  ହୋଇଥିଲା।  ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା  । ଏହାକୁ ନେଇ ରାଜ୍ୟ ବ୍ୟାପୀ ଜନଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ସେତେବେଳେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ।

ନାମ ବଦଳାଇଥିଲା ଅଭିଯୁକ୍ତ

ବନ ବିଶ୍ୱାଳ ନିଜ ନାମ ବଦଳାଇ ପୁନେ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାମରେ ରହୁ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା  ।  ପରିଚୟ ପତ୍ର, ଆଧାର କାର୍ଡ, ପାସ୍‌ବୁକ୍‌  ଜଳନ୍ଧର ନାଁରେ ହିଁ କରିଥିଲା ।

Advertisment

ପ୍ରେସମିଟ୍‌ରେ ଏନେଇ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା  ଦେଇ  କହିଛନ୍ତି, ୧୯୯୯ ଜାନୁଆରୀ ୯ରେ ଏହି ଗଣଦୁଷ୍କର୍ମ ମାମଲା ଘଟିଥିଲା। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ୩/୪ ଘଣ୍ଟା ଧରି ଅମାନୁଷିକ ଭାବେ ଜଘନ୍ୟ କାଣ୍ଡ ଘଟାଇଥିଲେ। ଗଣଦୁଷ୍କର୍ମ ପରେ ଫେରାର ବିବନ ପୁନେରେ ନାମ ବଦଳାଇ ଜଳନ୍ଧର ସ୍ୱାଇଁ ନାମରେ ରହୁଥିଲା।

ସାଇଲେଣ୍ଟ ଭାଇପର ଅଭିଯାନ

ସିପି କହିଛନ୍ତି,  ୩ ମାସ ତଳେ ସାଇଲେଣ୍ଟ ଭାଇପର ଅଭିଯାନ ଆରମ୍ଭ କରାଯାଇଥିଲା। ଯାହା ସିବିଆଇ କରିପାରି ନଥିଲା ଆମେ ତାହା କରି ସଫଳ ହେଲୁ। ବିବନ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ।  ବିବନକୁ ଗିରଫ କରିବା ଓଡ଼ିଶା ପୁଲିସ୍‌ ପାଇଁ ବଡ଼ ସଫଳତା ସିପି।

ସୂଚନାଯୋଗ୍ୟ, ଉକ୍ତ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣାରେ ମୋଟ ୩ ଜଣ-  ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଅଭିଯୁକ୍ତ ଥିଲେ। ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ୧୯୯୯ ଜାନୁଆରୀ ୨୬ରେ ଗିରଫ କରାଯାଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ସିବିଆଇକୁ ଦିଆଯାଇଥିଲା।

ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଏପ୍ରିଲ ୨୯, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇଥିଲେ। ଦୁଇ ଦୋଷୀ ପ୍ରଦୀପ ଏବଂ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ହୋଇଥିଲା। ହେଲେ ବିବନ ଘଟଣା ପରଠୁ ଫେରାର ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe