ପଥର ମାଫିଆଙ୍କ ଦାଦାଗିରି: ଚଢ଼ାଉ ପାଇଁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ

ଖୋର୍ଦ୍ଧା: ଟାଙ୍ଗି ତହସିଲ ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳରେ ପଥର ମାଫିଆଙ୍କ ଦାଦାଗିରି ଦେଖିବାକୁ ମିଳିଛି। ବେଆଇନ ଖଣି ଉପରେ ଚଢ଼ାଉ ପାଇଁ ଯାଇଥିବାବେଳେ ୨  ଜଣ ତହସିଲଦାର ଏବଂ ଜଣେ ଅତିରିକ୍ତ ତହସିଲଦାରଙ୍କ ଉପରେ ଆକ୍ରମଣ ହୋଇଛି। ପାତ୍ରପଡ଼ା ଅଞ୍ଚଳର ୭ଟି ପଥର ଖଣି ଉପରେ ଚଢ଼ାଉ କରି ଟାଙ୍ଗି ଓ ଖୋର୍ଦ୍ଧାର ତହସିଲଦାରଙ୍କ ସମେତ ଚିଲିକା ଅତିରିକ୍ତ ତହସିଲଦାର ସଦଳବଳେ ଫେରୁଥିଲେ। ତା’ସହ ଟ୍ରକ, ଟ୍ରାକ୍ଟର ଏବଂ ଜେସିବି ଜବତ କରି ଫେରୁଥିଲେ। ଏହି ସମୟରେ ୫୦ରୁ ଅଧିକ ପଥର ମାଫିଆ ପାତ୍ରପଡ଼ା ବେଆଇନ ଖଣି ନିକଟରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏପରିକି ଜେସିବି ମଡ଼ାଇବାକୁ ମଧ୍ୟ ଉଦ୍ୟମ କରିଥିଲେ।

ଏନେଇ ନିରାକାରପୁର ଥାନାରେ ୪୦ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ୩ ଅଧିକାରୀ।  ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି।  ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।