୧୩ କିମି ବଢ଼ିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ। ୧୩ କିଲୋମିଟର ଆଗକୁ ବଢ଼ିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ଏଣିକି ନୟାଗଡ଼ ଜିଲ୍ଲା ମହୀପୁରରୁ ନୂଆଗାଁ ଯାଏଁ ୧୩ କିଲୋମିଟର ଆଗକୁ ଗଡ଼ିବ ପାସେଞ୍ଜର ଟ୍ରେନ୍। ଆଜି ରେଳ ବିଭାଗର ବରିଷ୍ଠ ଅଧିକାରୀ ପରୀକ୍ଷାମୂଳକ ଭାବେ ଯାଇଥିବା ଏକ ଯାଞ୍ଚ ଟ୍ରେନ୍ ସହ ନୂଆଗାଁକୁ ଯାଇଛନ୍ତି। ରେଳ ଲାଇନ୍‌ର ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ମହୀପୁର ଷ୍ଟେସନର ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଛନ୍ତି। ବରିଷ୍ଠ ରେଲୱେ ଅଧିକାରୀଙ୍କ […]

Train line

Madhupriya Mistry
  • Published: Wednesday, 23 March 2022
  • , Updated: 23 March 2022, 01:15 PM IST

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ। ୧୩ କିଲୋମିଟର ଆଗକୁ ବଢ଼ିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ଏଣିକି ନୟାଗଡ଼ ଜିଲ୍ଲା ମହୀପୁରରୁ ନୂଆଗାଁ ଯାଏଁ ୧୩ କିଲୋମିଟର ଆଗକୁ ଗଡ଼ିବ ପାସେଞ୍ଜର ଟ୍ରେନ୍।

ଆଜି ରେଳ ବିଭାଗର ବରିଷ୍ଠ ଅଧିକାରୀ ପରୀକ୍ଷାମୂଳକ ଭାବେ ଯାଇଥିବା ଏକ ଯାଞ୍ଚ ଟ୍ରେନ୍ ସହ ନୂଆଗାଁକୁ ଯାଇଛନ୍ତି। ରେଳ ଲାଇନ୍‌ର ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ମହୀପୁର ଷ୍ଟେସନର ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଛନ୍ତି। ବରିଷ୍ଠ ରେଲୱେ ଅଧିକାରୀଙ୍କ ଉପସ୍ଥିତିରେ ନୂଆଗାଁ ରେଳଷ୍ଟେସନକୁ ପରୀକ୍ଷାମୂଳକ ଭାବେ ଟ୍ରେନ ଗଡିଛି l

ଖୁବ୍ ଶୀଘ୍ର ଦୈନିକ ଭାବେ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରୁ ନୂଆଗାଁ ଯାଏଁ ଯିବ ଟ୍ରେନ୍। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ୨୮୯ କିଲୋମିଟର ଖୋର୍ଦ୍ଧା-ବଲାଙ୍ଗିର ରେଳପଥର କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ତାକୁ ଅପେକ୍ଷା କରିଛନ୍ତି ଲୋକେ।

Related story