ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବେଗୁନିଆରୁ ସୁନାଖଳା ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଗଡ଼ିଲା ଟ୍ରେନ୍ ଇଞ୍ଜିନ୍

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଆଜି ବେଗୁନିଆରୁ ସୁନାଖଳା ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଗଡ଼ିଛି ଟ୍ରେନ୍ ଇଞ୍ଜିନ୍। ଏହି ରେଳପଥରେ ପୂର୍ବରୁ ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ରେଳ ଚଳାଚଳ କରୁଥିଲା। ତେବେ ବେଗୁନିଆରୁ ସୁନାଖଳା ପର୍ଯ୍ୟନ୍ତ ସାଢେ଼ ୯ କିଲୋମିଟର ରେଳପଥ ନିର୍ମାଣ କାମ ସଂପୂର୍ଣ୍ଣ ହେବା ପରେ ଆଜି ପ୍ରଥମ ଥର ପାଇଁ ସୁନାଖଳା ଯାଏ ଟ୍ରେନ୍ ଇଞ୍ଜିନ୍ ଗଡ଼ିଛି। ବେଗୁନିଆ ଷ୍ଟେସନରୁ ଦିନ ୧୨ଟା ୪୫ରେ ପରୀକ୍ଷାମୂଳକ ଭାବେ ଏହି ଟ୍ରେନ୍ ଇଞ୍ଜିନ୍ ସୁନାଖଳା ବାହାରିଥିଲା।