ମାତ୍ରାଧିକ ଜରିମାନା ଆଦାୟ ପ୍ରତିବାଦରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଟ୍ରକ୍‌ ପରିବହନ ବନ୍ଦ

ଖୋର୍ଦ୍ଧା/ପୁରୀ: ମାତ୍ରାଧିକ ଜରିମାନା ଆଦାୟ ପ୍ରତିବାଦରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଲଘୁ ଖଣିଜ ପଦାର୍ଥ ପରିବହନ କରୁଥିବା ସମସ୍ତ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି। ବିଶେଷ କରି ବାଲି, ମୋରମ୍‌ ଓ ମାଙ୍କଡା ପଥର ପରିବହନ କରୁଥିବା ଟ୍ରକ୍‌ ଓ ହାଇୱା ପରିବହନ ବନ୍ଦ ରହିଛି। ଅଭିଯୋଗ ଅନୁସାରେ ବାଲି ଘାଟରୁ କେ ଫର୍ମ ଓ ପଥର ଖଣିରୁ ପଥର ପରିବହନ ବେଳେ ଆର ଫର୍ମ ମିଳୁନାହିଁ। ହେଲେ ଯାଞ୍ଚ ବେଳେ ଅଧିକାରୀମାନେ ଏହି ଫର୍ମ […]

truck

Rakesh Mallick
  • Published: Sunday, 26 February 2017
  • , Updated: 26 February 2017, 01:21 PM IST

ଖୋର୍ଦ୍ଧା/ପୁରୀ: ମାତ୍ରାଧିକ ଜରିମାନା ଆଦାୟ ପ୍ରତିବାଦରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଲଘୁ ଖଣିଜ ପଦାର୍ଥ ପରିବହନ କରୁଥିବା ସମସ୍ତ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି। ବିଶେଷ କରି ବାଲି, ମୋରମ୍‌ ଓ ମାଙ୍କଡା ପଥର ପରିବହନ କରୁଥିବା ଟ୍ରକ୍‌ ଓ ହାଇୱା ପରିବହନ ବନ୍ଦ ରହିଛି।

ଅଭିଯୋଗ ଅନୁସାରେ ବାଲି ଘାଟରୁ କେ ଫର୍ମ ଓ ପଥର ଖଣିରୁ ପଥର ପରିବହନ ବେଳେ ଆର ଫର୍ମ ମିଳୁନାହିଁ। ହେଲେ ଯାଞ୍ଚ ବେଳେ ଅଧିକାରୀମାନେ ଏହି ଫର୍ମ ଦାବିରେ ଗାଡିଗୁଡିକରୁ ଲକ୍ଷାଧିକ ଟଙ୍କା ଜରିମାନା ଆକାରରେ ଆଦାୟ କରୁଛନ୍ତି। ବାଲିଘାଟ, ମୋରମ ଓ ମାଙ୍କଡା ପଥର ଖଣି ନିଲାମ ହେଉ ନ ଥିବା ବେଳେ ଯେଉଁମାନେ ଏହା ଉତ୍ତୋଳନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବଦଳରେ ଗାଡିଗୁଡିକରୁ ଜରିମାନା ଆଦାୟ କରାଯାଉଥିବା ଖୋର୍ଦ୍ଧା ଓ ପୁରୀ ଟ୍ରକ୍‌ ମାଲିକ ସଂଘ ଅଭିଯୋଗ କରିଛି। ଏହାସହ ଓଜନ କରିବା ପାଇଁ ବ୍ୟବସ୍ଥା ନ ଥିବା ବେଳେ ଓଭର ଲୋଡିଂ ଆଳରେ ମଧ୍ୟ ଜରିମାନା ଆଦାୟ କରାଯାଉଥିବା ସଂଘ ଅଭିଯୋଗ କରିଛି।

ସଂଘ ପକ୍ଷରୁ କୁହାଯାଇଛି, ଏନେଇ ଜିଲ୍ଲା ପ୍ରଶାସନ ସହ ରାଜସ୍ୱ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ହେଲେ କିଛି ଲାଭ ହେଉନହିଁ। ସରକାର ଏହି ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଲଘୁ ଖଣିଜଦ୍ରବ୍ୟ ପରିବହନ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Related story