ବିଷାକ୍ତ ପାଣି ଯୋଗାଣ ନେଇ ଜନଅସନ୍ତୋଷ

Ordigital Desk
  • Published: Thursday, 09 November 2017
  • , Updated: 09 November 2017, 10:44 AM IST
<p>ଭୁବନେଶ୍ୱର: ବିଷାକ୍ତ ହୋଇଯାଇଛି ଦୟାନଦୀର ପାଣି। ଖୋର୍ଦ୍ଧା ନିକଟ ଦେଇ ଯାଇଥିବା ଦୟାନଦୀ ପାଣିର ରଙ୍ଗ ପୂରା କଳା ପଡ଼ିଯାଇଛି। ସ୍ଥାନେ ସ୍ଥାନେ ମାଛ ମଧ୍ୟ ମରି ଭାସୁଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାର ଦୟାନଦୀ ପାଣି ଦୂଷିତ ହୋଇଥିବାରୁ ବ୍ୟବହାର ନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଏହି ନଦୀରୁ ପମ୍ପ ଯୋଗେ ଖୋର୍ଦ୍ଧା ଜନସ୍ୱାସ୍ଥ୍ୟ ବିଭାଗ, ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ, ଆରଡବ୍ଲୁଏସ୍ଏସ୍ ଓ ଇଡକୋ ପାଣି ଉଠାଉଛି। ଏହି ପାଣିକୁ ପମ୍ପ ଯୋଗେ ଉଠାଯାଇ ଖୋର୍ଦ୍ଧାର ବେଣାପଞ୍ଜରୀଠାରେ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବିଶୋଧନ କରାଯାଉଛି।&nbsp; ରେଳବାଇ ପକ୍ଷରୁ ମଧ୍ୟ ବିଶୋଧନ କରାଯାଇ ରେଳବାଇ କଲୋନୀ ଓ ରେଳଷ୍ଟେସନକୁ ପାଣି ଯୋଗାଇ ଦିଆଯାଉଛି। ଏହି ପାଣିକୁ ବିଶୋଧନ କରାଯାଇ ପିଇବା ପାଇଁ ପାଇପ ଯୋଗେ ଯୋଗାଇ ଦିଆଯାଉଥିବାରୁ ଲୋକମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପାଇପ ପାଣି ଯୋଗାଣ ଉପରେ ଲକ୍ଷାଧିକ ଲୋକେ ନିର୍ଭର କରୁଛନ୍ତି। ତେବେଏହି ବିଷାକ୍ତ ପାଣି ଯୋଗାଣ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।</p> <p>ସ୍ଥାନୀୟ ବାସିନ୍ଦା ରମେଶ ଚନ୍ଦ୍ର ସ୍ୱାଇଁ କହିଛନ୍ତି,&ldquo;ଗଙ୍ଗୁଆ&lsquo;ରୁ ଡ୍ରେନେଜ ପାଣି ଆସି ଦୟା ନଦୀରେ ମିଶୁଥିବାରୁ ଦୟା ନଦୀ ପାଣି &nbsp;କଳା ଓ ବିଷାକ୍ତ ହୋଇଯାଇଛି। ସରକାର ଏହି ପାଣିକୁ ବିଶୋଧନ କରି ଲୋକଙ୍କ ପିଇବାକୁ ଦେଉଛନ୍ତି। ହଜାର ହଜାର ଜୀବନକୁ ବିପଦରେ ପକାଉଛନ୍ତି। ବିଶୋଧନ କରାଯାଇ ଦିଆଯାଉଥିବା ପାଣି ଗୋଳିଆ ଆସୁଛି। &nbsp;ଏହା ନାଲିଆ&nbsp; ଦେଖାଯିବା ସହ ପାଣି ଉପରେ &nbsp;ଶିଉଳି &nbsp;ଭାସୁଛି।&rdquo;</p>

Related story