ଖୋର୍ଦ୍ଧା: ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା, ୩ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ନାଭାଲ୍ ଛକ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଗୋଟିଏ ଟ୍ରକ୍‌ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଉମା ମହେଶ୍ୱର ପାଲ୍, ତାଙ୍କ ପତ୍ନୀ ଗୀତାଞ୍ଜଳି ପାଲ୍ ଓ କାର୍ ଡ୍ରାଇଭର ସନ୍ତୋଷ ଦାସ। ପାଲ୍ ଦମ୍ପତିଙ୍କ ଘର ଭୁବନେଶ୍ୱରରେ ହୋଇଥିବା ବେଳେ ଡ୍ରାଇଭରଙ୍କ ଘର ସିଜୁଆରେ ବୋଲି ସୂଚନା ମିଳିଛି। ଆଜି ସକାଳେ […]

accident

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 10:08 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ନାଭାଲ୍ ଛକ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଗୋଟିଏ ଟ୍ରକ୍‌ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ଉମା ମହେଶ୍ୱର ପାଲ୍, ତାଙ୍କ ପତ୍ନୀ ଗୀତାଞ୍ଜଳି ପାଲ୍ ଓ କାର୍ ଡ୍ରାଇଭର ସନ୍ତୋଷ ଦାସ। ପାଲ୍ ଦମ୍ପତିଙ୍କ ଘର ଭୁବନେଶ୍ୱରରେ ହୋଇଥିବା ବେଳେ ଡ୍ରାଇଭରଙ୍କ ଘର ସିଜୁଆରେ ବୋଲି ସୂଚନା ମିଳିଛି।

ଆଜି ସକାଳେ କାର୍‌ଟି ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି।

ନାଭାଲ୍‌ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

Related story