ରାସ୍ତା ଏମିତି ଯେଉଁଠି ଗର୍ଭବତୀ ଓ ରୋଗୀ ଯାଆନ୍ତି କାନ୍ଧରେ

ବାରିପଦା (ଓଡ଼ିଶା ରିପୋର୍ଟର): ଗ୍ରାମାଞ୍ଚଳକୁ ରାସ୍ତା କରିବା ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରାଯାଉଛି। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଏହା ସତ୍ତ୍ୱେ ଗ୍ରାମାଞ୍ଚଳକୁ ଭଲ ରାସ୍ତା ଖଣ୍ଡିଏ ତିଆରି ହୋଇପାରୁ ନାହିଁ। ଯାହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକର ମୟାହରପଦା ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ଗାଁରେ ଗର୍ଭବତୀ ଓ ରୋଗୀ କାନ୍ଧରେ ବୋହି ମେଡ଼ିକାଲ ନେବାକୁ ପଡ଼ୁଛି। ମୟାହରପଦା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ […]

khunta-road-problem

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 01:36 PM IST

ବାରିପଦା (ଓଡ଼ିଶା ରିପୋର୍ଟର): ଗ୍ରାମାଞ୍ଚଳକୁ ରାସ୍ତା କରିବା ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରାଯାଉଛି। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଏହା ସତ୍ତ୍ୱେ ଗ୍ରାମାଞ୍ଚଳକୁ ଭଲ ରାସ୍ତା ଖଣ୍ଡିଏ ତିଆରି ହୋଇପାରୁ ନାହିଁ। ଯାହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକର ମୟାହରପଦା ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ଗାଁରେ ଗର୍ଭବତୀ ଓ ରୋଗୀ କାନ୍ଧରେ ବୋହି ମେଡ଼ିକାଲ ନେବାକୁ ପଡ଼ୁଛି।

ମୟାହରପଦା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଗାଁ। ଏହି ଗାଁରେ ପ୍ରାୟ ୧୦୦ରୁ ଅଧିକ ପରିବାର ବାସ କରନ୍ତି। ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ହେଲେ ଦୁଃଖର ବିଷୟ ଭାରତ ସ୍ୱାଧୀନ ହେବାର ୭୧ ବର୍ଷ ପରେ ମଧ୍ୟ ଉକ୍ତ ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଯେଉଁ ରାସ୍ତା ଅଛି, ସେଥିରେ ଚାଲି ଚାଲି ଯିବା କଷ୍ଟକର। ଯଦି ଅସରାଏ ବର୍ଷା ହେଲା କଥା ସରିଲା। ରାସ୍ତାରେ ଆଣ୍ଠୁଏ କାଦୁଅ। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ସ୍କୁଲ ପିଲା ଓ ରୋଗୀ ପଡ଼ୁଛନ୍ତି। ଗାଁକୁ ଆମ୍ବୁଲାନ୍ସ ଆସିପାରୁନଥିବାରୁ ଗର୍ଭବତୀ ବା ଗୁରୁତର ରୋଗୀଙ୍କୁ ୫ କିମି କାନ୍ଧରେ ବୋହି ଆଣିବାକୁ ପଡ଼ୁଛି। ରାସ୍ତା ସମସ୍ୟା ନେଇ ଗାଁ ଲୋକେ ବହୁବାର ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ବହୁବାର ଜଣାଇଛନ୍ତି। ହେଲେ ସମସ୍ୟା ସମାଧାନ ହେଉ ନାହିଁ। ତେବେ ଖୁଣ୍ଟା ବିଡିଓ କହିଛନ୍ତି ବର୍ଷା ଦିନ ପରେ ରାସ୍ତା କାମ ଆରମ୍ଭ କରାଯିବ।

Related story