ଗୁଳି କରି ସ୍କୁଟି ନେଇ ଗଲେ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାପୁରର ଏକ ମଦ ଦୋକାନର ଜଣେ ସେଲସମ୍ୟାନଙ୍କୁ ଗୁଳିକରି ତାଙ୍କ ସ୍କୁଟି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅମୂଲ୍ୟ କବାଟ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ୱିତ ରାତିରେ ଦୋକାନ ଆଗରେ ତାଙ୍କୁ ଗୁଳିମାଡ଼ କରି ଜଣେ ଦୁର୍ବୃତ୍ତ ସ୍କୁଟି ଲୁଟି ନେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରୁ ପୋଲିସ ଏକ ଖୋକା ଜବତ କରିବା ସହ ଘଟଣାର ଅଧିକ […]

firing

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 10:11 AM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାପୁରର ଏକ ମଦ ଦୋକାନର ଜଣେ ସେଲସମ୍ୟାନଙ୍କୁ ଗୁଳିକରି ତାଙ୍କ ସ୍କୁଟି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅମୂଲ୍ୟ କବାଟ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ୱିତ ରାତିରେ ଦୋକାନ ଆଗରେ ତାଙ୍କୁ ଗୁଳିମାଡ଼ କରି ଜଣେ ଦୁର୍ବୃତ୍ତ ସ୍କୁଟି ଲୁଟି ନେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରୁ ପୋଲିସ ଏକ ଖୋକା ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related story