କ୍ଷତିପୂରଣ ଦାବିରେ ଭୂଷଣ କମ୍ପାନୀର ପାଚେରୀ ନିର୍ମାଣକୁ ବିରୋଧ

ଢେଙ୍କାନାଳ: ମେରୁମୁଣ୍ଡଳୀ ସ୍ଥିତ ଭୂଷଣ କାରଖାନାରେ ପାଚେରୀ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ମିଳି ନ ଥିବାରୁ ସ୍ଥାନୀୟ ସରପା ରଘୁନାଥପୁର ଗ୍ରାମବାସୀ ପାଚେରୀ ନିର୍ମାଣକୁ ବିରୋଧ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାରଖାନା ପାଚେରୀ କରିବାକୁ କମ୍ପାନୀ ୩୪ ଏକର ଜମି ଦଖଲକୁ ନେଇଛି। ହେଲେ କମ୍ପାନୀ ଜମିର ଉଚିତ ମୂଲ୍ୟ ଦେଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ […]

denkanal

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 05:36 PM IST

ଢେଙ୍କାନାଳ: ମେରୁମୁଣ୍ଡଳୀ ସ୍ଥିତ ଭୂଷଣ କାରଖାନାରେ ପାଚେରୀ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ମିଳି ନ ଥିବାରୁ ସ୍ଥାନୀୟ ସରପା ରଘୁନାଥପୁର ଗ୍ରାମବାସୀ ପାଚେରୀ ନିର୍ମାଣକୁ ବିରୋଧ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କାରଖାନା ପାଚେରୀ କରିବାକୁ କମ୍ପାନୀ ୩୪ ଏକର ଜମି ଦଖଲକୁ ନେଇଛି। ହେଲେ କମ୍ପାନୀ ଜମିର ଉଚିତ ମୂଲ୍ୟ ଦେଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଲୋକଙ୍କ ସହ ଆଲୋଚନା କରି ଜମିର ଉଚିତ ମୂଲ୍ୟ ଦେବାକୁ କମ୍ପାନୀ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି। ଶୀଘ୍ର କମ୍ପାନୀ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Related story