ଯାଜପୁର(ଅଭୟ ପତି): ଅପହରଣ ବେଳେ ୫ ବର୍ଷର ନାବାଳିକା ଉଦ୍ଧାର। ୧୬ ନମ୍ବର ଜାତୀୟ ରାଜପଥର ସୋତି ନିକଟରୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ହୋଇଥିବା ନାବାଳିକା ଯାଜପୁର ଜିଲ୍ଲା ଶଙ୍ଖଚିଲା ଫାଣ୍ଡି ପହଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି।
ଅଜଣା ବ୍ୟକ୍ତି ଜଣକ ସାଇକେଲ୍ରେ ୫ ବର୍ଷର ଝିଅକୁ ଅପହରଣ କରିନେଉଥିଲେ। ଏହି ସମୟରେ ଝିଅଟି କାନ୍ଧୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଯାଜପୁର ଓଟିଭି ପ୍ରତିନିଧିଙ୍କୁ ଫୋନ୍ କରି କହିଥିଲେ। ପରେ ଓଟିଭି ପ୍ରତିନିଧି ଯାଜପୁର ଏସ୍ପି ରାହୁଲ ପିଆରଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ତା’ପରେ ଏସ୍ପି ପାଣିକୋଇଲି ଥାନାକୁ ଖବର ଦେଇଥିଲେ।
ଅନ୍ୟପକ୍ଷରେ ଅପହର୍ତ୍ତା ଏ ସମ୍ପର୍କରେ ଜାଣିପାରି ନାବାଳିକାକୁ ୧୬ ନମ୍ବର ଜାତୀୟ ରାଜପଥ "ସୋତି" ଗାଁ ନିକଟରେ ଛାଡ଼ି ପଳାଇ ଯାଇଥିଲା। ପରେ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଥାନାକୁ ଆଣିଛି। ନାବାଳିକା ଜଣକ ଶଙ୍ଖଚିଲା ଫାଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।