କାହା ଚାପରେ ଚେପା କମିଶନରେଟ୍ ପୋଲିସ୍?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ପ୍ରତିନିଧିଙ୍କୁ କିଟ୍ ଗୁଣ୍ଡାଙ୍କ ଆକ୍ରମଣ ଘଟଣାକୁ ୭୨ ଘଣ୍ଟା ବିତିଲାଣି । ହେଲେ ଏ ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ପୋଲିସ୍‌ ହାତ ଥରୁଥିଲା ବେଳେ ଓଲଟି ଆକ୍ରମଣର ଶିକାର ସାମ୍ବାଦିକଙ୍କ ବିରୋଧରେ ଲଗେଇଛି ସଙ୍ଗୀନ ଦଫା । ଆଇନ୍ ଜାଲରେ ଛନ୍ଦି ହଈରାଣ କରିବାକୁ ପୋଲିସ ଆରମ୍ଭ କରିଛି ଉଦ୍ୟମ। କାଚ ପରି ପୂରା ସଫା ସବୁ ଘଟଣା। ଆକ୍ରମଣକାରୀ କିଏ, କାହାକୁ ହେଉଛି […]

b6

b6

Rakesh Mallick
  • Published: Monday, 02 July 2018
  • Updated: 02 July 2018, 11:01 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ପ୍ରତିନିଧିଙ୍କୁ କିଟ୍ ଗୁଣ୍ଡାଙ୍କ ଆକ୍ରମଣ ଘଟଣାକୁ ୭୨ ଘଣ୍ଟା ବିତିଲାଣି । ହେଲେ ଏ ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ପୋଲିସ୍‌ ହାତ ଥରୁଥିଲା ବେଳେ ଓଲଟି ଆକ୍ରମଣର ଶିକାର ସାମ୍ବାଦିକଙ୍କ ବିରୋଧରେ ଲଗେଇଛି ସଙ୍ଗୀନ ଦଫା । ଆଇନ୍ ଜାଲରେ ଛନ୍ଦି ହଈରାଣ କରିବାକୁ ପୋଲିସ ଆରମ୍ଭ କରିଛି ଉଦ୍ୟମ।

କାଚ ପରି ପୂରା ସଫା ସବୁ ଘଟଣା। ଆକ୍ରମଣକାରୀ କିଏ, କାହାକୁ ହେଉଛି ଆକ୍ରମଣ ସବୁ କଏଦ ହୋଇଛି କ୍ୟାମେରାରେ। ପୋଲିସ୍‌ ଆଖି ସାମ୍ନାରେ ଆତଙ୍କରାଜ ଚଳାଇଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲେ କିଟ୍‌ର ଭଡ଼ାଟିଆ ଗୁଣ୍ଡା । ସୁରକ୍ଷାକର୍ମୀଙ୍କ ଆକ୍ରମଣର ଶିକାର ଓଟିଭି ପ୍ରତିନିଧି ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହେଲା। ହେଲେ ଆକ୍ରମଣର ୭୨ ଘଣ୍ଟା ପରେ ବି ଆକ୍ରମଣକାରୀଙ୍କୁ ସବୁ ମାଫ୍। ଓଲଟି ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଟ୍ କର୍ତ୍ତୃପକ୍ଷଙ୍କ ମିଥ୍ୟା ଅଭିଯୋଗକୁ ଭିତ୍ତିକରି ଆକ୍ରମଣର ଶିକାର ଓଟିଭି ପ୍ରତିନିଧି ଓ କ୍ୟାମେରା ପର୍ସନ୍‌ଙ୍କ ନାଁରେ ଲଗାଇଛି ଦଫା ୫୦୬। ଅର୍ଥାତ୍ ହତ୍ୟା ଧମକ ଭଳି ସଂଗୀନ ଦଫା। ହେଲେ ଆକ୍ରମଣକାରୀଙ୍କ ବିରୋଧରେ କିନ୍ତୁ ଲାଗିଛି ୩୪୧। ଅର୍ଥାତ୍ ଜୋରଜବରଦସ୍ତ ଅଟକ ରଖିବା, ୩୨୩ ଅର୍ଥାତ୍ ସାମାନ୍ୟ ଆଘାତ ଦେବା ଏବଂ ୩୪ ଆଇପିସି ଭଳି କୋହଳ ଦଫା । କେବଳ ସେତିକି ନୁହେଁ, ଏଇ ଘଟଣାରେ ତଦନ୍ତ କରିବାକୁ ଯାଇ ଆକ୍ରମଣର ଶିକାର ଓଟିଭି ପ୍ରତିନିଧି ଓ କ୍ୟାମେରାମ୍ୟାନ୍‌ଙ୍କୁ ଫୋନ୍ ଯୋଗେ ଥାନାକୁ ବି ଡକାଯାଇଛି। ଏଠି ପ୍ରଶ୍ନ କାହିଁକି ଏଭଳି ପକ୍ଷପାତିତା ? ଆକ୍ରମଣକାରୀଙ୍କ ବିରୋଧରେ କୋହଳ ଦଫା ଲଗାଇ ଆକ୍ରମଣର ଶିକାର କର୍ତ୍ତବ୍ୟରତ ସାମ୍ବାଦିକଙ୍କ ବିରୋଧରେ ସଂଗୀନ ଦଫା ଲଗେଇବା ପଛର ଉଦ୍ଦେଶ୍ୟ କଣ?

ସୂଚନାଯୋଗ୍ୟ, କିଟ୍ କର୍ତ୍ତୃପକ୍ଷଙ୍କ ଜମି କେଳେଙ୍କାରୀ ଅଭିଯୋଗ ସଂପର୍କରେ ପ୍ରଭାବିତ ଲୋକଙ୍କ ଅଭିଯୋଗ ଆଧାରରେ କ୍ରମାଗତ ଭାବେ ନିରପେକ୍ଷ ଖବର ପ୍ରସାରଣ କରି ଆସୁଛି ଓଟିଭି । ଏହି କ୍ରମରେ ଘଟଣା ଦିନ ମଧ୍ୟ କିଟ୍ କର୍ତ୍ତୃପକ୍ଷଙ୍କ ବେଆଇନ୍ ନିର୍ମାଣକୁ ନେଇ ଉତ୍ତେଜନାର ସୂଚନା ପାଇ ଖବର ସଂଗ୍ରହ ପାଇଁ ଯାଇଥିଲାବେଳେ ଗୁଣ୍ଡାଗିରିର ଶିକାର ହେଲା ଓଟିଭି ନ୍ୟୁଜ୍‌ ଟିମ୍ । ହେଲେ ଏ କ୍ଷେତ୍ରରେ ପୋଲିସର ଭୂମିକା ସନ୍ଦେହ ସୃଷ୍ଟି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos