‘ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ସପରିବାରେ ଆତ୍ମାହୂତି ଦେବୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଟିଆ ନୂଆବନ୍ତ ଗାଁରେ ଚନ୍ଦ୍ରଧ୍ୱଜ ସାହୁଙ୍କ ଜମି ଉପରେ ଜୋରଜବରଦସ୍ତ କିଟ୍‌ ୯ ମହଲା କୋଠା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଧ୍ୱଜ କହିଛନ୍ତି ଯେ ଜମି ତାଙ୍କ ନାଁରେ ଅଛି।  ଜମିର ଅସଲ କାଗଜପତ୍ର ତାଙ୍କ ପାଖରେ ରହିଛି ଓ ଏଥିପାଇଁ ସେ ନିୟମିତ ଭାବେ ଖଜଣା ମଧ୍ୟ ପୈଠ କରୁଛନ୍ତି। କିଟ୍‌ର ଜବରଦଖଲ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଚନ୍ଦ୍ରଧ୍ୱଜ। କୋର୍ଟ ମଧ୍ୟ ତାଙ୍କୁ ବେଦଖଲ ନକରିବା ପାଇଁ ରାୟ […]

kiit owner captered chandas land

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 05:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଟିଆ ନୂଆବନ୍ତ ଗାଁରେ ଚନ୍ଦ୍ରଧ୍ୱଜ ସାହୁଙ୍କ ଜମି ଉପରେ ଜୋରଜବରଦସ୍ତ କିଟ୍‌ ୯ ମହଲା କୋଠା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଧ୍ୱଜ କହିଛନ୍ତି ଯେ ଜମି ତାଙ୍କ ନାଁରେ ଅଛି।  ଜମିର ଅସଲ କାଗଜପତ୍ର ତାଙ୍କ ପାଖରେ ରହିଛି ଓ ଏଥିପାଇଁ ସେ ନିୟମିତ ଭାବେ ଖଜଣା ମଧ୍ୟ ପୈଠ କରୁଛନ୍ତି। କିଟ୍‌ର ଜବରଦଖଲ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଚନ୍ଦ୍ରଧ୍ୱଜ। କୋର୍ଟ ମଧ୍ୟ ତାଙ୍କୁ ବେଦଖଲ ନକରିବା ପାଇଁ ରାୟ ଦେଇଥିଲେ। ଏହା ସତ୍ତ୍ୱେ କିଟ୍‌ ଜବରଦସ୍ତ ଜମିକୁ ମାଡ଼ି ବସିଛି। ଗୁଣ୍ଡା ଲଗାଇ ମାଡ଼ ମାରିଛି। ୭ ଦିନ ଭିତରେ ନ୍ୟାୟ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ନିବାସ ଆଗରେ ସପରିବାର ଆତ୍ମାହୂତି ଦେବେ ବୋଲି ଜମି ମାଲିକ ଚନ୍ଦ୍ରଧ୍ୱଜ ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି,“କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗୁଣ୍ଡା ଓ ପୋଲିସ ଲଗାଇ ପଟିଆରେ ଥିବା ମୋର ୧ ଏକର ୭୦ ଡିସିମିଲ୍‌ ଜମିକୁ ମାଡ଼ି ବସିଛନ୍ତି। ଏନେଇ ମୁଁ ଆଇଆଇସି, ଡିସିପି ଓ ସିପିଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ମିଳୁନାହିଁ। ଗୁଣ୍ଡା ଲଗାଇ ମୋତେ ମାଡ଼ ମରାଯାଉଛି। ଗତ ୩୦ ତାରିଖରେ ମୁଁ ଘରେ ଥିଲି। ପୋଲିସ୍ ଓ ଅଚ୍ୟୁତଙ୍କ ଗୁଣ୍ଡାମାନେ  ମୋତେ ଘରୁ ଟାଣିଆଣି ମାଡ଼ ମାରିଥିଲେ। ହାଇକୋର୍ଟରୁ ମିଳିଥିବା ରହିତାଦେଶ କପିଗୁଡ଼ିକୁ ଗୋଡ଼ରେ ଦଳି ଫିଙ୍ଗି ଦେଇଥିଲେ। ଏ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚିଥିଲେ। ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଆମେ ନୀରିହ ଚାଷୀ ରହିବୁ କେଉଁଠି? ୭ ଦିନ ଭିତରେ ମୋର ଜମି ନମିଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ଆଗରେ ପେଟ୍ରୋଲ ଢାଳି ସପରିବାରେ ଆତ୍ମାହୂତି ଦେବୁ।”

ସେ ଆହୁରି କହିଛନ୍ତି,“ପଟିଆରେ ଥିବା ଜମିରୁ ମୋତେ କେହି ବାହାର କରିପାରିବେ ନାହିଁ। ଏନେଇ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରହିତାଦେଶ ମୋ ପାଖରେ ରହିଛି। ଏପରି ସ୍ଥଳେ କେଉଁ କାରଣରେ ଅଚ୍ୟୁତଙ୍କ ଗୁଣ୍ଡାମାନେ ମୋତେ ମୋ ଜମିରୁ ବାହାର କରିଦେଲେ ଓ ଗଣମାଧ୍ୟମକୁ ମାଡ଼ ମାରିଲେ?”

Related story