ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେଲା ‘କିଟ୍ ବିଶ୍ୱବିଦ୍ୟାଳୟ’, ତଥ୍ୟ ଦେବାକୁ ବାଧ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍ ) ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇଛି । ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କ ଦ୍ୱାରା ୨୦୧୪ ମସିହାରେ ଦାଏର ଆବେଦନର ଶୁଣାଣି କରି ରାଜ୍ୟ ସୂଚନା କମିଶନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହିତ ଦୀର୍ଘବର୍ଷ ଧରି ନିଜସ୍ୱ ତଥ୍ୟ ଦେବାକୁ ମନା କରୁଥିବା କିଟ୍ ବିଶ୍ୱବିଦ୍ୟାଳୟକୁ ଶକ୍ତ ଝଟକା ଲାଗିଛି। ସୂଚନା କମିଶନଙ୍କ ଏହି ନିର୍ଦ୍ଦେଶ ପରେ […]

Kitt

Kitt

Ordigital Desk
  • Published: Friday, 20 August 2021
  • Updated: 21 August 2021, 10:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍ ) ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇଛି । ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କ ଦ୍ୱାରା ୨୦୧୪ ମସିହାରେ ଦାଏର ଆବେଦନର ଶୁଣାଣି କରି ରାଜ୍ୟ ସୂଚନା କମିଶନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହିତ ଦୀର୍ଘବର୍ଷ ଧରି ନିଜସ୍ୱ ତଥ୍ୟ ଦେବାକୁ ମନା କରୁଥିବା କିଟ୍ ବିଶ୍ୱବିଦ୍ୟାଳୟକୁ ଶକ୍ତ ଝଟକା ଲାଗିଛି। ସୂଚନା କମିଶନଙ୍କ ଏହି ନିର୍ଦ୍ଦେଶ ପରେ କିଟ୍ ବିଶ୍ୱବିଦ୍ୟାଳୟର ଆର୍ଥିକ କାରବାର ଓ ଜମି ସହ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କିତ ତଥ୍ୟ ଏଣିକି ସାଧାରଣ ଲୋକ ଜାଣିବାରେ ସହଜ ହୋଇପାରିବ।

ମିଳିଥିବା ସୂଚନା ଅନୁସାରେ, ସୂଚନା କର୍ମୀ ଶ୍ରୀ ପ୍ରଧାନଙ୍କ ୨୦୧୪ ସେପ୍ଟେମ୍ବର ୧ରେ କିଟ୍ ବିଶ୍ୱବିଦ୍ୟାଳୟର ସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନର ଧାରା-୨ ଅର୍ନ୍ତଗତ ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତ କେତେକ ତଥ୍ୟ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସମ୍ବିଧାନର ଧାରା-୧୨ ଅନ୍ତର୍ଗତ କିଟ୍ ରାଜ୍ୟ କିମ୍ବା କୌଣସି ସରକାରୀ ଅନୁଷ୍ଠାନ ନୁହେଁ ଦର୍ଶାଇ ତାଙ୍କର ଆବେଦନକୁ କିଟ୍ କର୍ତ୍ତୃପକ୍ଷ ଖାରଜ କରିଦେଇଥିଲେ। ବାରମ୍ବାର ତଥ୍ୟ ଦେବାକୁ କିଟ୍ କର୍ତ୍ତୃପକ୍ଷ ମନା କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀ ପ୍ରଧାନ ୨୦୧୭ ମସିହାରେ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଆବେଦନ କରିଥିଲେ। କମିଶନଙ୍କ ପାଖରେ ବହୁ ପର୍ଯ୍ୟାୟର ଶୁଣାଣି ପରେ ଶେଷରେ କମିଶନ ତାଙ୍କ ରାୟରେ କହିଥିଲେ ଯେ, ସରକାର ଓ ଅନ୍ୟାନ୍ୟ ସଂସ୍ଥାଙ୍କଠୁ ଅନୁଦାନ ପାଉଥିବା ଅନୁଷ୍ଠାନ ନିଶ୍ଚିତ ଭାବେ ସାର୍ବଜନୀନ ଭାବେ କାର୍ଯ୍ୟ କରୁଛି। ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସରକାରଙ୍କଠୁ ଅନୁଦାନ ପାଉଥିବା ଅନୁଷ୍ଠାନ ନିଶ୍ଚିତ ଭାବେ ଆରଟିଆଇ ଆକ୍ଟର ଧାରା ୨(ଜ) (ଘ) ଅନୁସାରେ ଏକ ସାର୍ବଜନୀନ ଅନୁଷ୍ଠାନ। ତେଣୁ କିଟ୍ ବିଶ୍ୱବିଦ୍ୟାଳୟକୁ ସାର୍ବଜନୀନ ଅନୁଷ୍ଠାନ ଭାବେ ଘୋଷଣା କରି ସୂଚନା ଅଧିକାର ଆଇନ ଅନ୍ତର୍ଗତ ଆବେଦନକାରୀଙ୍କୁ ୩୦ଦିନ ମଧ୍ୟରେ ସେ ମାଗିଥିବା ତଥ୍ୟ ଦେବାକୁ କମିଶନ ଅଧ୍ୟକ୍ଷ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। କମିଶନ ତାଙ୍କର ୯୨ ପୃଷ୍ଠାର ରାୟରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କଠୁ କିଟ୍ ଅନୁଷ୍ଠାନ ଆଖିଦୃଶିଆ ଅନୁଦାନ ଓ ଫାଇଦା ନେଇଛି । ରାଜ୍ୟ ସରକାରଙ୍କ ସହଯୋଗ ନଥିଲେ ସଂସ୍ଥା ଚଳାଇବାକୁ କଷ୍ଟକର ହୋଇଥାନ୍ତା। ତେଣୁ ସୂଚନା ଅଧିକାର ଆଇନରେ ମଗାଯାଇଥିବା ତଥ୍ୟ ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷ ସୂଚନା ଦେବା ଉଚିତ୍ ଥିଲା।

କିଟ୍ ସମ୍ପାଦକ ରବିନ୍ଦ୍ରନାଥ ଦାଶ କମିଶନଙ୍କ ପାଖରେ ନିଜର ପକ୍ଷ ରଖି କହିଥିଲେ ଯେ, ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୮୬୦ ଅନ୍ତର୍ଗତ କିଟ୍ ବିଶ୍ୱବିଦ୍ୟାଳୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପଞ୍ଜିକୃତ ହୋଇଛି। ଏହା ସମ୍ବିଧାନର ଧାରା ଅନ୍ତର୍ଗତ ସ୍ଥାପନ ହୋଇନି କିମ୍ବା ସଂସଦ କି ରାଜ୍ୟ ବିଧାନସଭାର ଆଇନ ଅନୁସାରେ ସ୍ଥାପନ ହୋଇନି। ତେଣୁ ଏହି ବିଶ୍ୱବିଦ୍ୟାଳୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ। ମାତ୍ର ଆବେଦନକାରୀ ଶ୍ରୀ ପ୍ରଧାନ ଯୁକ୍ତି ବାଢ଼ିଥିଲେ ଯେ, ସରକାରଙ୍କର ସବୁଠୁ ବଡ଼ ହିତାଧିକାରୀ ହେଉଛି କିଟ୍ ବିଶ୍ୱବିଦ୍ୟାଳୟ।

ସେ ସଏଜି ଅଡିଟ୍ ରିପୋର୍ଟକୁ ଉଲ୍ଲେଖ କରି କହିଥିଲେ ଯେ, ରାଜ୍ୟ ସରକାରଙ୍କ ଇଡକୋ ଦ୍ୱାରା କିଟ୍ ବିଶ୍ୱବିଦ୍ୟାଳୟକୁ ୭.୦୮୩ଏକର ଜମି ଆବଣ୍ଟନ କରାଯାଇଥିଲା। ପରେ ଅହେତୁକ ଅନୁକମ୍ପା ଦେଖାଇ ୮୨.୦୮୭ ଏକର ଜମି କିଟ୍ ଦିଆଯାଇଛି । ଜମି ଆବଣ୍ଟନ ନୀତିର ଉଲ୍ଲଘଂନ କରି ଏହି ଜମି ଦିଆଯାଇଥିବାରୁ ସରକାରଙ୍କୁ ୨୫୨.୫୪କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । କିଟ୍ ବିଶ୍ୱବିଦ୍ୟାଳୟ ଏବେ ୧୨୦.୭୦୮ଏକର ସରକାରୀ ଜମି ଦଖଲ କରିଛି । ଯାହାର ୧୧.୫୩୮ଏକର ଜମିରେ ବହୁତଳ ପ୍ରସାଦ କୋଠା ନିର୍ମାଣ ହୋଇଛି। ଏଥିରେ ୧୮ଏକର ଜଙ୍ଗଲ ଜମି ବେଆଇନ ଭାବେ ଦଖଲ ହୋଇଛି। ଇଡକୋଠୁ ପଟିଆ ଓ ପଥରଗାଡ଼ିଆ ଅଂଚଳରେ ବେଆଇନ ଭାବେ ୯୧.୦୭ ଏକର ଜମି ଲିଜ୍ ଆକାର ନେଇଛି। ୨୦୧୩ରୁ ୨୦୧୬ ମସିହା ମଧ୍ୟରେ କିଟ୍ ୧୫୦୬.୩୯କୋଟି ଟଙ୍କା ଋଣ ବିଭିନ୍ନ ବ୍ୟାଙ୍କରୁ ଉଠାଣ କରିଛି। ଲିଜରେ ନେଇଥିବା ଜମିକୁ ବନ୍ଧକ ରଖି ଏହି ଋଣ ନିଆଯାଇଛି ବୋଲି ଶ୍ରୀ ପ୍ରଧାନ ଦର୍ଶାଇଥିଲେ। ତେବେ ତାଙ୍କର ଏହି ଯୁକ୍ତିକୁ ସିଧାସଳଖ କିଟ୍ କର୍ତ୍ତୃପକ୍ଷ ଖାରଜ କରିନଥିଲେ।

କମିଶନ ଅଧ୍ୟକ୍ଷ ଶ୍ରୀ ମିଶ୍ର ଉଭୟ ପକ୍ଷର ଯୁକ୍ତି ବିଭିନ୍ନ ପର୍ଯ୍ୟାୟରେ ଶୁଣିବା ପରେ କିଟ୍ ବିଶ୍ୱବିଦ୍ୟାଳୟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ଓ ଆବେଦନକାରୀଙ୍କୁ ୩୦ଦିନ ମଧ୍ୟରେ ସେ ମାଗିଥିବା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ଏହି ନିର୍ଦ୍ଦେଶ ପରେ କିଟ୍ ଅନୁଷ୍ଠାନ ସହ ଜଡ଼ିତ ଅନେକ ଗୁମର ତଥ୍ୟ ପଦାକୁ ଆସିପାରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story