ଡାହାଣୀ ସନ୍ଦେହରେ ଜଘନ୍ୟକାଣ୍ଡ: ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା

ରାଉରକେଲା(ସତ୍ୟାସନ୍ଦ ମହାନ୍ତି): ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା। ଏହି ଘଟଣା ଘଟିଛି ରାଉରକେଲା ନିକଟ କୁଆରମୁଣ୍ଡା ବ୍ଲକ୍‌ର ଜଗଦିଶପୁରରେ। ମୃତ ମହିଳାଙ୍କ ନାଁ ବିରସୀ ବର୍ଲା( ୭୦)।

ସୂଚନାଅନୁସାରେ,ଗତକାଲି ଅପରାହ୍ନରେ ଉକ୍ତ ଗ୍ରାମର ଘନଶ୍ୟାମ ଏକ୍କା ଡାହାଣୀ ସନ୍ଦେହରେ ବିରସୀଙ୍କୁ ବାଡିରେ ପିଟିପିଟି ହତ୍ୟା କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘନଶ୍ୟାମକୁ ଅଟକ ରଖି ତଦନ୍ତ ଜାରି ରଖିଛି।