ଭୁବନେଶ୍ୱର: ଗଛରୁ ପଡ଼ି ନାବାଳକ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଗୁଡ଼ି ଆଣିବାକୁ ଯାଇ ଗଛରୁ ପଡ଼ି ଆଜି ଜଣେ ନାବାଳକର ମୃତ୍ୟୁ ଘଟିଛି। ନାବାଳକ ଜଣଙ୍କ ହେଲେ ତୃତୀୟ ଶ୍ରେଣୀର ଛାତ୍ର ପିଣ୍ଟୁ ନାୟକ। ସ୍କୁଲ ଛୁଟି ହେବା ପରେ ପିଣ୍ଟୁ ଘରକୁ ଆସିଥିଲା। ତା’ପରେ ସାଙ୍ଗମାନଙ୍କ ସହ ସେ ଗଛରେ ଲାଗିଥିବା ଗୁଡ଼ିକୁ ଆଣିବାକୁ ଯାଇ ଗଛକୁ ଚଢ଼ିଥିଲା। ଗଛର ବହୁତ ଉଚ୍ଚରେ ଗୁଡ଼ି ଲାଗିଥିବାରୁ ପିଣ୍ଟୁ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। […]

bhu

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 11:26 PM IST

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଗୁଡ଼ି ଆଣିବାକୁ ଯାଇ ଗଛରୁ ପଡ଼ି ଆଜି ଜଣେ ନାବାଳକର ମୃତ୍ୟୁ ଘଟିଛି। ନାବାଳକ ଜଣଙ୍କ ହେଲେ ତୃତୀୟ ଶ୍ରେଣୀର ଛାତ୍ର ପିଣ୍ଟୁ ନାୟକ। ସ୍କୁଲ ଛୁଟି ହେବା ପରେ ପିଣ୍ଟୁ ଘରକୁ ଆସିଥିଲା। ତା’ପରେ ସାଙ୍ଗମାନଙ୍କ ସହ ସେ ଗଛରେ ଲାଗିଥିବା ଗୁଡ଼ିକୁ ଆଣିବାକୁ ଯାଇ ଗଛକୁ ଚଢ଼ିଥିଲା। ଗଛର ବହୁତ ଉଚ୍ଚରେ ଗୁଡ଼ି ଲାଗିଥିବାରୁ ପିଣ୍ଟୁ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ  ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Related story