କୋଲକାତା ଯାଉଥିବା ଘରୋଇ ବସ୍‌ରୁ ୨୦ ନାବାଳିକା ଉଦ୍ଧାର

ବାରିପଦା: କୋଲକାତା ଯାଉଥିବା ଏକ ଘରୋଇ ବସ୍‌ରୁ ବାରିପଦା ପୋଲିସ ୨୦ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ଖବର ପାଇ ବାରିପଦା ଟାଉନ୍‌ ଥାନା ପୋଲିସ ବସ୍‌ଷ୍ଟାଣ୍ଡରେ ଚଢାଉ କରି ରାତି ପ୍ରାୟ ସାଢେ ୧୧ଟାରେ ଏହି ନାବାଳିକାମାନଙ୍କୁ ଉଦ୍ଧାର କରିଥିଲା। ନାବାଳିକାମାନଙ୍କ ସହ ଯାଉଥିବା ୩ଜଣ ମହିଳାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଉଦ୍ଧାର ନାବାଳିକାମାନେ ଭଦ୍ରକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର ବୋଲି ଜଣାପଡିଛି। ଏମାନଙ୍କୁ କୋଲକାତାର ଏକ ଚିଙ୍ଗୁଡ଼ି […]

nabalika-udhara

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 06:59 AM IST

ବାରିପଦା: କୋଲକାତା ଯାଉଥିବା ଏକ ଘରୋଇ ବସ୍‌ରୁ ବାରିପଦା ପୋଲିସ ୨୦ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ଖବର ପାଇ ବାରିପଦା ଟାଉନ୍‌ ଥାନା ପୋଲିସ ବସ୍‌ଷ୍ଟାଣ୍ଡରେ ଚଢାଉ କରି ରାତି ପ୍ରାୟ ସାଢେ ୧୧ଟାରେ ଏହି ନାବାଳିକାମାନଙ୍କୁ ଉଦ୍ଧାର କରିଥିଲା। ନାବାଳିକାମାନଙ୍କ ସହ ଯାଉଥିବା ୩ଜଣ ମହିଳାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଉଦ୍ଧାର ନାବାଳିକାମାନେ ଭଦ୍ରକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର ବୋଲି ଜଣାପଡିଛି। ଏମାନଙ୍କୁ କୋଲକାତାର ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରିବାକୁ ନିଆଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉଦ୍ଧାର ସମସ୍ତ ନାବାଳିକାଙ୍କୁ ପୋଲିସ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଛି।

ବାରିପଦା ଟାଉନ ଥାନା ଆଇଆଇସି ଆଲୋକ ରଞ୍ଜନ ରାୟ କହିଛନ୍ତି, “ନାବାଳିକାମାନେ କାମ କରିବାକୁ କୋଲକାତା ଯାଉଥିବା ଖବର ପାଇ ଉଦ୍ଧାର କରିଥିଲୁ। ପଚରାଉଚରାରୁ ସେମାନଙ୍କ ମଧ୍ୟରୁ କିଛି ପୂର୍ବରୁ କୋଲକାତାରେ ଚିଙ୍ଗୁଡ଼ି ଫେକ୍ଟ୍ରିରେ କାମ କରୁଥିଲେ। କିଛିଦିନ ହେବ ସେମାନେ ବାଲେଶ୍ୱର ଚିଙ୍ଗୁଡ଼ି ଫେକ୍ଟ୍ରିକୁ ପଳାଇ ଆସି କାମ କରୁଥିଲେ। ସେଠାରେ ୧୫ ଦିନ କାମ କରିବା ପରେ ଭଲ ନ ଲାଗିବାରୁ ପୁଣି କୋଲକାତା ଯାଉଥିଲେ। ସେମାନଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ରଖାଯାଇଛି। ପରିବାର ଲୋକେ ଆସିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯିବ।”

Related story