NGT ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଘଟଣା: ଛତିଶଗଡ଼ର ଆବେଦନ ଗ୍ରହଣ କଲେନି କଲିକତା ହାଇକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ଛତିଶଗଡ଼କୁ ଆଉ ଏକ ଝଟ୍‌କା। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ମଂଜୁରୀ ନେଇ ନ ଥିବାରୁ ସବୁ ପ୍ରକଳ୍ପ କାମ ବନ୍ଦ କରିବାକୁ ଗତ ଜୁଲାଇ ୨୬ ତାରିଖରେ NGT ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଛତିଶଗଡ଼ ସରକାର, କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ କଲିକତା କୋର୍ଟ , ଛତିଶଗଡ଼ର ଆବେଦନ ଗ୍ରହଣ କରିନାହାଁନ୍ତି।  ମାମଲା NGTରେ ବିଚାରଧୀନ ଥିବାରୁ ହାଇକୋର୍ଟ ଏହା ଉପରେ ଆଦେଶ […]

Rakesh Mallick
  • Published: Wednesday, 30 August 2017
  • , Updated: 30 August 2017, 10:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ଛତିଶଗଡ଼କୁ ଆଉ ଏକ ଝଟ୍‌କା। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ମଂଜୁରୀ ନେଇ ନ ଥିବାରୁ ସବୁ ପ୍ରକଳ୍ପ କାମ ବନ୍ଦ କରିବାକୁ ଗତ ଜୁଲାଇ ୨୬ ତାରିଖରେ NGT ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଛତିଶଗଡ଼ ସରକାର, କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ କଲିକତା କୋର୍ଟ , ଛତିଶଗଡ଼ର ଆବେଦନ ଗ୍ରହଣ କରିନାହାଁନ୍ତି।  ମାମଲା NGTରେ ବିଚାରଧୀନ ଥିବାରୁ ହାଇକୋର୍ଟ ଏହା ଉପରେ ଆଦେଶ ଦେଇପାରିବେ ନାହିଁ ବୋଲି କହିଛନ୍ତି। ତେଣୁ ଆବେଦନ ପ୍ରତ୍ୟାହାର କରିନେବାକୁ କୋର୍ଟ ଛତିଶଗଡ଼କୁ ପରାମର୍ଶ ଦେଇଥିଲେ, ନଚେତ୍  କୋର୍ଟ ଏହାକୁ ଖାରଜ କରିଦେବେ ବୋଲି  ଚେତାବନୀ ଶୁଣାଇଥିଲେ। ଏହା ପରେ ଛତିଶଗଡ଼ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେବାକୁ  କହିଥିଲେ କୋର୍ଟ। ଛତିଶଗଡ଼ର ଆବେଦନକୁ ଗ୍ରହଣ କରିବା ସହ ନଭେମ୍ବର ୨ ତାରିଖରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।

 

Related story