କୋଣାର୍କ: ସମୁଦ୍ର ଉପକୂଳରେ ମରିପଡ଼ିଛନ୍ତି ଲକ୍ଷ ଲକ୍ଷ ଜେଲିଫିସ୍‌

କୋଣାର୍କ: ଗତ ଦୁଇ, ତିନି ଦିନ ଧରି ପୁରୀ ଜିଲ୍ଲାର ପୁରୀ, କୋଣାର୍କ ଓ ଅସ୍ତରଙ୍ଗ ଉପକୂଳରେ ଲକ୍ଷ ଲକ୍ଷ ମୃତ ଜେଲିଫିସ୍‌ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହିସବୁ ଜେଲିଫିସ୍‌ ‘ବଟନ୍’ ପ୍ରଜାତିର ବୋଲି ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ସମୁଦ୍ରରୁ ଏତେ ସଂଖ୍ୟାରେ ଜେଲିଫିସ୍‌ କୂଳରେ ମରି ପଡ଼ିଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ପୂର୍ବରୁ ଓଡ଼ିଶା ଉପକୂଳରେ କେବେ ବି ଏତେ ସଂଖ୍ୟକ ମୃତ ଜେଲିଫିସ୍‌ ଦେଖିବାକୁ ମିଳି ନ […]

puri

Rakesh Mallick
  • Published: Monday, 02 May 2016
  • , Updated: 02 May 2016, 02:40 PM IST

କୋଣାର୍କ: ଗତ ଦୁଇ, ତିନି ଦିନ ଧରି ପୁରୀ ଜିଲ୍ଲାର ପୁରୀ, କୋଣାର୍କ ଓ ଅସ୍ତରଙ୍ଗ ଉପକୂଳରେ ଲକ୍ଷ ଲକ୍ଷ ମୃତ ଜେଲିଫିସ୍‌ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହିସବୁ ଜେଲିଫିସ୍‌ ‘ବଟନ୍’ ପ୍ରଜାତିର ବୋଲି ଜଣାପଡ଼ିଛି।

ତେବେ କେଉଁ କାରଣ ପାଇଁ ସମୁଦ୍ରରୁ ଏତେ ସଂଖ୍ୟାରେ ଜେଲିଫିସ୍‌ କୂଳରେ ମରି ପଡ଼ିଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ।

ପୂର୍ବରୁ ଓଡ଼ିଶା ଉପକୂଳରେ କେବେ ବି ଏତେ ସଂଖ୍ୟକ ମୃତ ଜେଲିଫିସ୍‌ ଦେଖିବାକୁ ମିଳି ନ ଥିଲା। ଜେଲିଫିସ୍‌ ସାଧାରଣତଃ ଦକ୍ଷିଣ ଆମେରିକା, ମେକ୍ସିକୋ ସାଗର ଓ ଭୂମଧ୍ୟସାଗର ଅଞ୍ଚଳରେ ଦେଖାଯାଆନ୍ତି। ତେବେ ଜଳବାୟୁ ପରିବର୍ତ୍ତନ କାରଣରୁ ଏମାନେ ବଙ୍ଗୋପସାଗର ଉପକୂଳକୁ ଆସିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ପୁରୀ ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଦେବେନ୍ଦ୍ର କୁମାର ବେହେରା କହିଛନ୍ତି,“ଜେଲିଫିସ୍‌ ସାଧାରଣତଃ ଗରମ ବାତାବରଣରେ ରହନ୍ତି। ଭୂମଧ୍ୟସାଗରୀୟ ଉପକୂଳ, ଆମେରିକୀୟ ଉପକୂଳରେ ଏମାନା ରହନ୍ତି। ଯେହେତୁ ଆମର ଏଠାରେ ତାପମାତ୍ରା ହଠାତ୍ ବଢ଼ି ଯାଇଛି ତେଣୁ ସେମାନେ ଆସି ଥାଇ ପାରିଥାଆନ୍ତି।”

ଖାଦ୍ୟାଭାବରୁ ଏହି ଜେଲି ଫିସ୍‌ଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି। ଜେଲି ଫିସ୍ କେବଳ ମାଛ ଓ ଚିଙ୍ଗୁଡ଼ି ଅଣ୍ଡା ଏବଂ କିଛି ପ୍ଲାଙ୍କଟନ୍ ଖାଇଥାଆନ୍ତି। ବଙ୍ଗୋପସାଗରରେ ପର୍ଯ୍ୟାପ୍ତ ଖାଦ୍ୟ ନ ମିଳିବାରୁ ସେମାନଙ୍କ ମୃତ୍ୟୁ ହୋଇଥାଇପାରେ। ଅନ୍ୟପକ୍ଷରେ ସମୁଦ୍ରରେ ମୃତ୍ୟୁ ପରେ ଏମାନଙ୍କ ମୃତଦେହ ଭାସି ଆସି ଓଡ଼ିଶା ଉପକୂଳରେ ଲାଗିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ।

ଓଡ଼ିଶା ଉପକୂଳରେ ଲାଗୁଥିବା ବ୍ଲୁ ବଟମ୍ ଜେଲିଫିସ୍‌ ବିଷାକ୍ତ। ଏମାନଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଦେହହାତ କୁଣ୍ଡାଇ ହୋଇଥାଏ। ତେଣୁ ଜେଲିଫିସ୍‌ଙ୍କ ମୃତଦେହକୁ ନ ଛୁଇଁବାକୁ ମତ୍ସ୍ୟ ବିଭାଗ ପରାମର୍ଶ ଦେଇଛି।

Related story