କୋଣାର୍କ: କୋଣାର୍କର ବାଲିଦୋକାନରେ ବାନା ବାବାଙ୍କ କବଜାରେ ଥିବା ସରକାରୀ ଜମିକୁ ନିଜ ଦଖଲକୁ ନେଲା ପ୍ରଶାସନ ଓ ବନ ବିଭାଗ। ଏଇ ଜମି ଚାରିପଟେ ଆଜି ତାରବାଡ ଘେରାଇଛି ପ୍ରଶାସନ । ବାଲିଦୋକାନରେ ଥିବା ବାନା ବାବାଙ୍କ ଜଗନ୍ନାଥ କଲକୀ ଯୋଗାଶ୍ରମକୁ ଖାଲି କରିବା ଲାଗି ଶୁକ୍ରବାର ରାତି ୧୨ଟା ଯାଏ ସମୟ ଦେଇଥିଲା ପ୍ରଶାସନ। ୧୯ ଏକର ଅଭୟାରଣ୍ୟ ଜମି ଓ ୩୦ ଡେସିମିଲ ରାଜସ୍ୱ ବିଭାଗ ଜମି ଜବରଦଖଲ କରି ଏହି ଆଶ୍ରମ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗତ ୩୧ ତାରିଖରେ ଜଙ୍ଗଲ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଥିଲା। ୪ ଦିନ ମଧ୍ୟରେ ଆଶ୍ରମ ଖାଲି କରିବାକୁ କୁହାଯାଇଥିଲା। ଜବରଦଖଲ ଉଚ୍ଛେଦ ଲାଗି ଆଉ କିଛି ସମୟ ଦେବାକୁ ଆଶ୍ରମ ପକ୍ଷରୁ ଅନୁରୋଧ କରାଯାଇଥିଲା। କୋଣାର୍କଠାରୁ ୫ କିଲୋମିଟର ଦୁର ବାଲିଦୋକାନରେ ଥିବା ଏହି ଯୋଗାଶ୍ରମରେ ନାନା ପ୍ରକାର ବେଆଇନ କାର୍ଯ୍ୟ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।