କୋଣାର୍କ : ବାନା ବାବାଙ୍କ କବଜାରେ ଥିବା ସରକାରୀ ଜମିକୁ ଦଖଲକୁ ନେଲା ପ୍ରଶାସନ

କୋଣାର୍କ:  କୋଣାର୍କର ବାଲିଦୋକାନରେ ବାନା ବାବାଙ୍କ କବଜାରେ ଥିବା ସରକାରୀ ଜମିକୁ ନିଜ ଦଖଲକୁ ନେଲା ପ୍ରଶାସନ ଓ ବନ ବିଭାଗ। ଏଇ ଜମି ଚାରିପଟେ ଆଜି ତାରବାଡ ଘେରାଇଛି ପ୍ରଶାସନ । ବାଲିଦୋକାନରେ ଥିବା ବାନା ବାବାଙ୍କ ଜଗନ୍ନାଥ କଲକୀ ଯୋଗାଶ୍ରମକୁ ଖାଲି କରିବା ଲାଗି ଶୁକ୍ରବାର ରାତି ୧୨ଟା ଯାଏ ସମୟ ଦେଇଥିଲା ପ୍ରଶାସନ। ୧୯ ଏକର ଅଭୟାରଣ୍ୟ ଜମି ଓ ୩୦ ଡେସିମିଲ ରାଜସ୍ୱ ବିଭାଗ ଜମି ଜବରଦଖଲ କରି ଏହି ଆଶ୍ରମ […]

banababa

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 07:55 AM IST

କୋଣାର୍କ:  କୋଣାର୍କର ବାଲିଦୋକାନରେ ବାନା ବାବାଙ୍କ କବଜାରେ ଥିବା ସରକାରୀ ଜମିକୁ ନିଜ ଦଖଲକୁ ନେଲା ପ୍ରଶାସନ ଓ ବନ ବିଭାଗ। ଏଇ ଜମି ଚାରିପଟେ ଆଜି ତାରବାଡ ଘେରାଇଛି ପ୍ରଶାସନ । ବାଲିଦୋକାନରେ ଥିବା ବାନା ବାବାଙ୍କ ଜଗନ୍ନାଥ କଲକୀ ଯୋଗାଶ୍ରମକୁ ଖାଲି କରିବା ଲାଗି ଶୁକ୍ରବାର ରାତି ୧୨ଟା ଯାଏ ସମୟ ଦେଇଥିଲା ପ୍ରଶାସନ। ୧୯ ଏକର ଅଭୟାରଣ୍ୟ ଜମି ଓ ୩୦ ଡେସିମିଲ ରାଜସ୍ୱ ବିଭାଗ ଜମି ଜବରଦଖଲ କରି ଏହି ଆଶ୍ରମ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗତ ୩୧ ତାରିଖରେ ଜଙ୍ଗଲ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଥିଲା। ୪ ଦିନ ମଧ୍ୟରେ ଆଶ୍ରମ ଖାଲି କରିବାକୁ କୁହାଯାଇଥିଲା। ଜବରଦଖଲ ଉଚ୍ଛେଦ ଲାଗି ଆଉ କିଛି ସମୟ ଦେବାକୁ ଆଶ୍ରମ ପକ୍ଷରୁ ଅନୁରୋଧ କରାଯାଇଥିଲା। କୋଣାର୍କଠାରୁ ୫ କିଲୋମିଟର ଦୁର ବାଲିଦୋକାନରେ ଥିବା ଏହି ଯୋଗାଶ୍ରମରେ ନାନା ପ୍ରକାର ବେଆଇନ କାର୍ଯ୍ୟ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।

Related story