କୋଣାର୍କ: କୋଣାର୍କ-କାକଟପୁର ରାସ୍ତା ଦର୍ଶନିବନ୍ତ ଉପରେ ଥିବା ବାନା ବାବାଙ୍କ ଆଶ୍ରମର ବିବାଦୀୟ ଜମିକୁ ବାବା ଛାଡିଦେଇଛନ୍ତି । ଆଜି ରାତି ସୁଦ୍ଧା ଏହାକୁ ଖାଲି କରିବାକୁ ଡେଡଲାଇନ୍ ଦେଇଥିଲା ପ୍ରଶାସନ। ସରକାରୀ ଜମି, ଅଭୟାରଣ୍ୟ ଜମି ଜବରଦଖଲ କରି ଆଶ୍ରମ ନିର୍ମାଣ ହୋଇଥିବା ଅଭିଯୋଗ ଆସିବାରୁ ବନବିଭାଗ ପକ୍ଷରୁ ପୁଣି ଜମିର ମାପଚୁପ କରାଯାଇଥିଲା । ଆଶ୍ରମର ବାନା ବାବା, ସ୍ଥାନୀୟ ଗୋଧନପଡ଼ା ଲୋକଙ୍କ ସ୍ଥିତିବାନ ଜମି, ସରକାରୀ ଅନାବାଦୀ, ଗୋଚର, ଶ୍ମଶାନ ଜମି ଓ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜମିକୁ ଜବରଦଖଲ କରି ଏକ ବିରାଟ ଅଟ୍ଟାଳିକା ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଆଜି ବନବିଭାଗ ଓ କାକଟପୁର ତହସିଲଦାରଙ୍କ ନେତୃତ୍ୱରେ ବିବାଦୀୟ ଜମିର ମାପଚୁପ କରାଯାଇଥିଲା । ବନ ବିଭାଗର ଜବରଦଖଲ ହୋଇଥିବା ୧୫ଏକର ଜମିକୁ ରାଜସ୍ୱ ବିଭାଗ ମାପ କରିଛି। ଆଶ୍ରମ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଉଭୟ ବିଭାଗ ପକ୍ଷରୁ କୁହାଯାଇଛି। ମାପଚୁପ ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୬ ମାସ ହେଲା କଲବଲ କରୁଛନ୍ତି ପିମ୍ପୁଡ଼ି, ଅତିଷ୍ଠ ହେଲେଣି ଗ୍ରାମବାସୀ
ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ । ୬ ମାସ ହେଲା କଲବଲ କରୁଛନ୍ତି । ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି।
Crime
ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର
ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।
Miscellaneous
ଖୋଲିଲା ଧାନ ମଣ୍ଡି, ମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ଆଜି ଉତ୍ସବର ଦିନ
ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍ କରାଯିବ ।
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।
Crime
କଟକରେ ଲଜ୍ଜା; ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ବାରଙ୍ଗ ପୁଲିସ ତ୍ରିଶୁଳିଆ ଅଞ୍ଚଳରୁ ତାଙ୍କୁ ଗିରଫ କରିଛି।