କୋଣାର୍କ ବାଲିଦୋକାନରେ ବିବାଦୀୟ ଜମି ଛାଡିଲେ ବାନା ବାବା

କୋଣାର୍କ:  କୋଣାର୍କ-କାକଟପୁର ରାସ୍ତା ଦର୍ଶନିବନ୍ତ ଉପରେ ଥିବା ବାନା ବାବାଙ୍କ ଆଶ୍ରମର ବିବାଦୀୟ ଜମିକୁ ବାବା ଛାଡିଦେଇଛନ୍ତି । ଆଜି ରାତି ସୁଦ୍ଧା ଏହାକୁ ଖାଲି କରିବାକୁ ଡେଡଲାଇନ୍ ଦେଇଥିଲା ପ୍ରଶାସନ। ସରକାରୀ ଜମି, ଅଭୟାରଣ୍ୟ ଜମି ଜବରଦଖଲ କରି ଆଶ୍ରମ ନିର୍ମାଣ ହୋଇଥିବା ଅଭିଯୋଗ ଆସିବାରୁ ବନବିଭାଗ ପକ୍ଷରୁ ପୁଣି ଜମିର ମାପଚୁପ କରାଯାଇଥିଲା । ଆଶ୍ରମର ବାନା ବାବା, ସ୍ଥାନୀୟ ଗୋଧନପଡ଼ା ଲୋକଙ୍କ ସ୍ଥିତିବାନ ଜମି, ସରକାରୀ ଅନାବାଦୀ, ଗୋଚର, ଶ୍ମଶାନ ଜମି ଓ […]

bana baba

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 06:22 PM IST

କୋଣାର୍କ:  କୋଣାର୍କ-କାକଟପୁର ରାସ୍ତା ଦର୍ଶନିବନ୍ତ ଉପରେ ଥିବା ବାନା ବାବାଙ୍କ ଆଶ୍ରମର ବିବାଦୀୟ ଜମିକୁ ବାବା ଛାଡିଦେଇଛନ୍ତି । ଆଜି ରାତି ସୁଦ୍ଧା ଏହାକୁ ଖାଲି କରିବାକୁ ଡେଡଲାଇନ୍ ଦେଇଥିଲା ପ୍ରଶାସନ। ସରକାରୀ ଜମି, ଅଭୟାରଣ୍ୟ ଜମି ଜବରଦଖଲ କରି ଆଶ୍ରମ ନିର୍ମାଣ ହୋଇଥିବା ଅଭିଯୋଗ ଆସିବାରୁ ବନବିଭାଗ ପକ୍ଷରୁ ପୁଣି ଜମିର ମାପଚୁପ କରାଯାଇଥିଲା । ଆଶ୍ରମର ବାନା ବାବା, ସ୍ଥାନୀୟ ଗୋଧନପଡ଼ା ଲୋକଙ୍କ ସ୍ଥିତିବାନ ଜମି, ସରକାରୀ ଅନାବାଦୀ, ଗୋଚର, ଶ୍ମଶାନ ଜମି ଓ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜମିକୁ ଜବରଦଖଲ କରି ଏକ ବିରାଟ ଅଟ୍ଟାଳିକା ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଆଜି ବନବିଭାଗ ଓ କାକଟପୁର ତହସିଲଦାରଙ୍କ ନେତୃତ୍ୱରେ ବିବାଦୀୟ ଜମିର ମାପଚୁପ କରାଯାଇଥିଲା । ବନ ବିଭାଗର ଜବରଦଖଲ ହୋଇଥିବା ୧୫ଏକର ଜମିକୁ ରାଜସ୍ୱ ବିଭାଗ ମାପ କରିଛି। ଆଶ୍ରମ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଉଭୟ ବିଭାଗ ପକ୍ଷରୁ କୁହାଯାଇଛି। ମାପଚୁପ ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଥିଲା।

Related story