ଅଭିଜିତ ଆୟର ମିତ୍ରଙ୍କୁ ଜାମିନ୍‌

ପୁରୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଜେଲ ଯାଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ଜାମିନ୍‌ ମିଳିଛି। କୋଣାର୍କ JMFC ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି। ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଓଡ଼ିଶା ଆସି ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ପରେ ଅଭିଜିତ ଆୟର […]

abhijit

abhijit

Manoranjan Sial
  • Published: Thursday, 06 December 2018
  • Updated: 06 December 2018, 08:34 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଜେଲ ଯାଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ଜାମିନ୍‌ ମିଳିଛି। କୋଣାର୍କ JMFC ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି।

ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଓଡ଼ିଶା ଆସି ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ପରେ ଅଭିଜିତ ଆୟର ମିତ୍ରଙ୍କୁ ଶହୀଦ ନଗର ଥାନା ପୁଲିସ ଗିରଫ କରିଥିଲା। ପରେ ଜାମିନ ନମିଳିବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା।

ପୂର୍ବରୁ ଓଡ଼ିଶା ପ୍ରତି ଅରୁଚିକର ମନ୍ତବ୍ୟ ନେଇ ଅଭିଜିତଙ୍କ ବିରୋଧରେ ଭୁବନେଶ୍ୱର ଶହୀଦ ନଗର ଓ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos