ସଜେଇ ହୋଇଛି କୋଣାର୍କ, ଆଜିଠୁ ମହୋତ୍ସବ ଆରମ୍ଭ

କୋଣାର୍କ(ସଞ୍ଜୟ ପତି): କରୋନା କଟକଣା ମଧ୍ୟରେ ଆଜିଠାରୁ ୫ ଦିନ ବ୍ୟାପୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ତମ କୋଣାର୍କ ମହୋତ୍ସବ ଆରମ୍ଭ ହେବ । ଏଥିସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହେବ ଅଷ୍ଟମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ […]

konark-1

Niharika Rout
  • Published: Tuesday, 01 December 2020
  • , Updated: 01 December 2020, 08:25 AM IST

କୋଣାର୍କ(ସଞ୍ଜୟ ପତି): କରୋନା କଟକଣା ମଧ୍ୟରେ ଆଜିଠାରୁ ୫ ଦିନ ବ୍ୟାପୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ତମ କୋଣାର୍କ ମହୋତ୍ସବ ଆରମ୍ଭ ହେବ । ଏଥିସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହେବ ଅଷ୍ଟମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରଭାଗା ବେଳାଭୂମିକୁ ମଧ୍ୟ ନୂଆ ରୂପରେ ସଜ୍ଜିତ କରାଯାଇଛି ।

ବିଶେଷକରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜ୍ଜା, ତୋରଣ ନିର୍ମାଣ, ଆଲୋକ ସଜ୍ଜା ଓ ଅନ୍ୟାନ୍ୟ ବାହ୍ୟ ସାଜସଜ୍ଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବାରିକେଡ୍ ନିର୍ମାଣ, ଆଲୋକୀକରଣ ଓ ତୋରଣ ନିର୍ମାଣ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ମଧ୍ୟ ନିଆଯାଇଛି ପଦକ୍ଷେପ।

ମୁକ୍ତାକାଶ ରଙ୍ଗମଞ୍ଚରେ କୋଭିଡ ଗାଇଡ ଲାଇନ ଅନୁଯାୟୀ ଦର୍ଶକ ଗ୍ୟାଲେରୀରେ ୩ଫୁଟ ଦୂରତାରେ ୬୬୦ ଦର୍ଶକ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।  କୋଣାର୍କ ଉତ୍ସବରେ ୫ ଦିନ ବ୍ୟାପୀ  ଓଡିଶୀ , କଥକ, ଇଣ୍ଡୋନେସିଆ କଳାକାରମାନଙ୍କ ଦ୍ୱାରା ବାର୍ଲି ନୃତ୍ୟ , ମୋହିନୀ ଆଟମ , ଭାରତ ନାଟ୍ୟମ ଆଦି ନୃତ୍ୟ ପରିବେଷଣ ହେବ।

ସେହିପରି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଚଳିତ ବର୍ଷ କୌଣସି ବିଦେଶୀ ଶିଳ୍ପୀ ଯୋଗ ଦେଉନଥିଲେ ମଧ୍ୟ ବିଭିନ୍ନ ରାଜ୍ୟରୁ ୭୦ଜଣ ବାଲୁକା ଶିଳ୍ପୀ ୨୦ଟି ଷ୍ଟଲରେ ବାଲୁକା କଳା ପ୍ରଦର୍ଶିତ କରିବେ । ଚନ୍ଦ୍ରଭାଗାରେ ଦର୍ଶକ ବାଲୁକା କଳା ଉତ୍ସବ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

Related story