କୋଣାର୍କ ମନ୍ଦିର ଭିତରେ ୫ ମିଟର ତଳକୁ ଦବିଛି ବାଲି !

କୋଣାର୍କ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ। ଗର୍ଭଗୃହରେ ପୋତାଯାଇଥିବା ବାଲି ୫ ମିଟର ତଳକୁ ଦବିଯାଇଛି।  ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ASI ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିରର ଗର୍ଭଗୃହର ଉପରି ଭାଗରେ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗର ବିଭିନ୍ନ ସ୍ଥାନର ପଥର ସବୁ ଝୁଲନ୍ତା ଅବସ୍ଥାରେ ଥିବାବେଳେ କୌଣସି ମୁହୂର୍ତ୍ତରେ ବି ଖସିପାରେ। ତେଣୁ ୧୧୫ ବର୍ଷ ତଳେ […]

b-90

Tapas Behera
  • Published: Sunday, 01 March 2020
  • , Updated: 01 March 2020, 05:04 PM IST

କୋଣାର୍କ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ। ଗର୍ଭଗୃହରେ ପୋତାଯାଇଥିବା ବାଲି ୫ ମିଟର ତଳକୁ ଦବିଯାଇଛି।  ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ASI ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିରର ଗର୍ଭଗୃହର ଉପରି ଭାଗରେ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗର ବିଭିନ୍ନ ସ୍ଥାନର ପଥର ସବୁ ଝୁଲନ୍ତା ଅବସ୍ଥାରେ ଥିବାବେଳେ କୌଣସି ମୁହୂର୍ତ୍ତରେ ବି ଖସିପାରେ। ତେଣୁ ୧୧୫ ବର୍ଷ ତଳେ ଭର୍ତ୍ତି କରାଯାଇଥିବା ବାଲିକୁ କାଢ଼ି ଯେତେଶୀଘ୍ର ମରାମତି କରାଯିବ, ସେତେ ଭଲ ବୋଲି ମତ ପ୍ରକାଶ କରିଛନ୍ତି ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ନିର୍ଦ୍ଦେଶକ। ତାସହ ଅନ୍ୟ ବିଶେଷଜ୍ଞମାନେ କହିଛନ୍ତି ମନ୍ଦିର ଗର୍ଭଗୃହ ଷ୍ଟକଚରକୁ ଷ୍ଟିଲ୍ ବିମ୍ ଦିଆଯାଇ ସୁରକ୍ଷା ନଦେଲେ ମନ୍ଦିର ଧ୍ୱଂସମୁଖକୁ ଚାଲିଯିବ। ସେପଟେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଚାର ବିମର୍ଷ କରି ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି ।

ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର ଉପଯୁକ୍ତ ସଂରକ୍ଷଣ ପାଇଁ ଏଏସ୍‌ଆଇ ପକ୍ଷରୁ କୋଣାର୍କ ଯାତ୍ରୀନିବାସଠାରେ ଚାଲିଥିଲା ଦୁଇ ଦିନିଆ ଜାତୀୟ କର୍ମଶାଳା। ଏଥିରେ ସମ୍ପର୍କରେ ରୁର୍କିର୍‌ ସେଣ୍ଟ୍ରାଲ୍‌ ବିଲ୍‌ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌(CBRI) ପକ୍ଷରୁ ଜିପିଆର୍‌ ଷ୍ଟଡି, ଏଣ୍ଡୋସ୍କୋପି, ଷ୍ଟ୍ରାକ୍ଟରାଲ୍‌ ଆନାଲିସିସ୍‌, ଜିଓ ଟେକନିକାଲ ଅନୁସନ୍ଧାନ, ମନ୍ଦିରର ପିଢ ପଥରର ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ତେବେ ଭିଜୁଆଲ ରିପୋର୍ଟ ଉପସ୍ଥାପନ ପରେ ମନ୍ଦିର ଗର୍ଭଗୃହରେ ୫ ମିଟର ବାଲି ଦାବିଥିବା ଜଣାପଡ଼ିଛି। ମନ୍ଦିରର ଗର୍ଭଗୃହର ଉପରିଭାଗରେ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗରେ ବିଭିନ୍ନ ସ୍ଥାନରେ ପଥର ଗୁଡ଼ିକ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ଅନେକ ପଥର ଖସି ପଡ଼ିଥିବା ଦେଖାଯାଇଛି।

ତେଣୁ ମନ୍ଦିର ସୁରକ୍ଷା ପାଇଁ ଶୀଘ୍ର ବାଲି ଭର୍ତ୍ତି କରିବା କିମ୍ବା ବାଲି କଢ଼ି ମରାମତି କରିବା ପାଇଁ ସିବିଆର୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ମନ୍ଦିରର ବାହ୍ୟ ସ୍ଥିତିର ସୁରକ୍ଷା ପାଇଁ ଚାଲିଥିବା କେମିକାଲ ଟ୍ରିଟମେଣ୍ଟ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ବାଲି କଢାଯାଇ ମନ୍ଦିର ଗର୍ଭଗୃହ ଷ୍ଟ୍ରକଚ୍‌ରକୁ ଷ୍ଟିଲ୍‌ ବିମ୍‌ ଦିଆଯାଇ ସୁରକ୍ଷା ଦିଆ ନଗଲେ ମନ୍ଦର ଖୁବ୍‌ ଅଳ୍ପ ଦିନରେ ଧ୍ଵଂସମୁଖକୁ ଯିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

Related story