ଖୋଲିଲା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର, ଅନଲାଇନ୍‌ ଟିକେଟ କରି ପଶିଲେ ପର୍ଯ୍ୟଟକ

କୋଣାର୍କ(ସଞ୍ଜୟ ପତି): କରୋନାର ଦ୍ଵିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ  ଖୋଲିଛି ବିଶ୍ୱ ଐତିହ୍ୟ  ସୂର୍ଯ୍ୟମନ୍ଦିର।  ସ୍ୱତନ୍ତ୍ର ଗାଇଡଲାଇନ୍‌ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର୍‌ କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ, ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାନିଟାଇଜିଙ୍ଗ, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଥିବା ବେଳେ ଦିନକୁ ଦୁଇବେଳା ଦୁଇ […]

konark temple

Niharika Rout
  • Published: Monday, 02 August 2021
  • , Updated: 02 August 2021, 09:21 AM IST

କୋଣାର୍କ(ସଞ୍ଜୟ ପତି): କରୋନାର ଦ୍ଵିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ  ଖୋଲିଛି ବିଶ୍ୱ ଐତିହ୍ୟ  ସୂର୍ଯ୍ୟମନ୍ଦିର।  ସ୍ୱତନ୍ତ୍ର ଗାଇଡଲାଇନ୍‌ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର୍‌ କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ ।

କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ, ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାନିଟାଇଜିଙ୍ଗ, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଥିବା ବେଳେ ଦିନକୁ ଦୁଇବେଳା ଦୁଇ ହଜାର ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଛି । ସୂର୍ଯ୍ୟ ମନ୍ଦିର ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା କରାଯାଇଛି। ଏଥିସହ ମନ୍ଦିର ସମ୍ମୁଖରେ ଥିବା ବାର କୋଡକୁ ନିଜ ମୋବାଇଲରେ ସ୍କାନ କରି ଟିକେଟ କରିବା ବ୍ୟବସ୍ଥା କରାଯାଇଛି ।

ଆଜି ସକାଳ ୬ଟାରେ ମନ୍ଦିର ଗେଟ ଖୋଲିବା ପରେ ପର୍ଯ୍ୟଟକମାନେ ଲାଇନ୍‌ରେ ଭିତରକୁ ପ୍ରବେଶ କରିଛନ୍ତି । ତେବେ ମନ୍ଦିରକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିବା ବେଳେ ସ୍ଥାନୀୟ ଗାଇଡ଼ ,ଫଟୋଗ୍ରାଫର , ହସ୍ତଶିଳ୍ପ ବ୍ୟବସାୟୀମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ମିଳିନଥିବାରୁ ସେମାନେ ନିରାଶ ହୋଇଛନ୍ତି ।

ସୂର୍ଯ୍ୟମନ୍ଦିର ଖୋଲିବା ନିଷ୍ପତିକୁ କୋଣାର୍କ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ ନିରବି ଯାଇଥିବା ପର୍ଯ୍ୟଟନ ଶିଳ୍ପ ପୁଣି ଥରେ ଚଳଚଂଚଳ ହେବ ଓ ଜୀବନ ଜୀବିକା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଜାରି ଗାଇଡଲାଇନ୍ ଅନୁଯାୟୀ, ମଙ୍ଗଳବାରଠୁ ସମଲେଶ୍ୱରୀ ମନ୍ଦିର ଖୋଲିବ। ଏଥିସହ ଆସନ୍ତାକାଲିଠୁ ନନ୍ଦନକାନନ ଖୋଲିବାକୁ ମଧ୍ୟ ଆଲୋଚନା ହୋଇଛି। ଏହାବାଦ ଆସନ୍ତା ୫ ତାରିଖରେ ଭିତରକନିକା ଖୋଲିବ।

ଅଗଷ୍ଟ ଗାଇଡଲାଇନ୍‌ ଅନୁଯାୟୀ,  ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା। ଭୁବନେଶ୍ୱର, କଟକ ଓ ପୁରୀ ସହରକୁ ଛାଡ଼ିଦେଲେ ଉପକୂଳର ଅନ୍ୟ ଅଞ୍ଚଳରୁ ସପ୍ତାହାନ୍ତ ଶଟଡାଉନ୍ ହଟିଯିବା ସହ ସନ୍ଧ୍ୟା ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ଫଳରେ ପ୍ରାୟ ତିନି ମାସ ପରେ ସନ୍ଧ୍ୟା ସମୟରେ ଚଳପ୍ରଚଳ ହୋଇଛି ବଜାର। ସେହିପରି ମଲ୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିବା ପରେ ଏଠାକୁ ବି ଗ୍ରାହକଙ୍କ ଆଗମନ ଆରମ୍ଭ ହୋଇଛି। ସିନେମା ହଲ୍ ଗୁଡ଼ିକ ବି ଖୋଲିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Related story