୨୦ ବର୍ଷ ପରେ ମନେ ପଡ଼ିଲା: କୋଣାର୍କରେ ହେବ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଚିଠା ଯୋଜନା ପ୍ରସ୍ତୁତ କରିବା ସହ ସାଧାରଣ ଲୋକଙ୍କୁ ୨୧ ଦିନ ମଧ୍ୟରେ ଏ ସମ୍ପର୍କରେ ନିଜର ମତାମତ ଦେବାକୁ ପରାମର୍ଶ ଦେଇଛନ୍ତି। ୨୦ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ବିଳମ୍ବରେ ହେଲେ ବି କୋଣାର୍କ ଅଂଚଳର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ ମାନଦଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ସୂଚନା ଅନୁସାରେ, କୋଣାର୍କକୁ […]

konark

konark

Manoranjan Sial
  • Published: Thursday, 21 January 2021
  • Updated: 21 January 2021, 09:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଚିଠା ଯୋଜନା ପ୍ରସ୍ତୁତ କରିବା ସହ ସାଧାରଣ ଲୋକଙ୍କୁ ୨୧ ଦିନ ମଧ୍ୟରେ ଏ ସମ୍ପର୍କରେ ନିଜର ମତାମତ ଦେବାକୁ ପରାମର୍ଶ ଦେଇଛନ୍ତି। ୨୦ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ବିଳମ୍ବରେ ହେଲେ ବି କୋଣାର୍କ ଅଂଚଳର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ ମାନଦଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, କୋଣାର୍କକୁ ବିଶ୍ୱର ବିଭିନ୍ନ ଅଂଚଳରୁ ଦୈନିକ ପର୍ଯ୍ୟଟକ ଆସୁଥିବାରୁ କୋଣାର୍କରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଣାର୍କର ଭିତ୍ତିଭୂମିକୁ ନେଇ ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଉପସ୍ଥାପନା କରାଯାଇଥିଲା। ୧୯୮୪ ମସିହାରୁ କୋଣାର୍କକୁ ବିଶ୍ୱ ଐତିହ୍ୟ ଭାବେ ୟୁନେସ୍କୋ ମାନ୍ୟତା ପ୍ରଦାନ କରିଛି। ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ପାଇଁ ରାଜ୍ୟ ସରକାର ଏବେ ଏହାକୁ ନିଜର ନୈତିକ ଦାୟିତ୍ୱବୋଧ ବୋଲି ମନେ କରି ଆଗେଇ ଆସିଛନ୍ତି। କୋଣାର୍କ ମନ୍ଦିରର ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଛି। ତେବେ ମନ୍ଦିରର ସୁରକ୍ଷା,ସଂରକ୍ଷଣ ଓ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି।

ଏହି ପ୍ରସ୍ତାବିତ ବିକାଶ ଯୋଜନାରେ କୋଣାର୍କ ମନ୍ଦିରର ପାରିପାଶ୍ୱିର୍କ ଅଂଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସାଢ଼େ ୩କିମି ବାହ୍ୟ ରିଙ୍ଗ ରୋଡକୁ ଛଅଥାକିଆ କରାଯିବା ସହ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ବିକାଶ କରାଯିବ। ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ। ଫେରିବାଲାଙ୍କୁ ପୁନଃ ଥଇଥାନ କରାଯିବା ସହ ମନ୍ଦିର ସମ୍ମୁଖରେ ଥିବା ୩୦ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ। ପ୍ରବେଶସ୍ଥଳରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ସୁଦୃଶ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ। ଗାଡ଼ିମୋଟର ପାର୍କିଂ ପାଇଁ ମଲଟିମୋଡାଲ ହବ୍ ନିର୍ମାଣ କରାଯିବ। କୋଣାର୍କ ମୁକ୍ତାକାଶ ରଂଗମଂଚର ପୁନର୍ବିନ୍ୟାସ କରାଯିବ। ପଥଚାରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯିବ । ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ,ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାରଙ୍କ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ୨୦ବର୍ଷ ଧରି କୋଣାର୍କ ମନ୍ଦିରର ପାରିପାର୍ଶ୍ୱିକ  ବିକାଶ ପ୍ରତି ଆଖିବୁଜି ଦେଇଥିବା ଏପରିକି ଆବଶ୍ୟକ ଭିତ୍ତିଭୂମି ଯୋଗାଇବାରେ ବିଫଳ ଥିବା ରାଜ୍ୟ ସରକାର ଏବେ ବିଳମ୍ବରେ କୋଣାର୍କ ବିକାଶ କଥା ଚିନ୍ତା କରିଛନ୍ତି। ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ‘ଉଡେନ୍ ରେଷ୍ଟୁରାଣ୍ଟ’ ଫନି ବାତ୍ୟାରେ ଭାଙ୍ଗିଥିବା ସତ୍ତ୍ୱେ ୨ରୁ ୩ବର୍ଷ ପରେ ବି ଏହାର ପୁନରୁଦ୍ଧାର କରାଯାଇପାରିନି। ବର୍ଷାଦିନେ କୋଣାର୍କ ମନ୍ଦିର ଚାରିପଟେ ପାଣି ଜମି ରହୁଥିଲେ ବି ନିଷ୍କାସନ ଦିଗରେ ପଦକ୍ଷେପ ବି ନିଆଯାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story