କୁନ୍ଦୁଲି ନାବାଳିକା ଗଣବଳାତ୍କାର ଘଟଣାରେ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ କଲା କଂଗ୍ରେସ, ୨ରେ ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣବଳାତ୍କାର ଘଟଣାକୁ ୧୪ ଦିନ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ଅଭିଯୁଙ୍କୁ ପୋଲିସ ଧରି ପାରିନି। ଏହି ଘଟଣାରେ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ପାଇଁ ଚୁପ୍‌ ରହିଛନ୍ତି? କେବେ ପୀଡ଼ିତାଙ୍କୁ ନ୍ୟାୟ ମିଳିବ? ଆଗାମୀ ୨ ତାରିଖ ଭିତରେ ଅଭିଯୁକ୍ତ ଗିରଫ ନ ହେଲେ ରାଜ ଭବନ ଆଗରେ କଂଗ୍ରେସ ବିକ୍ଷୋଭ କରିବ। ଦାବି ପୂରଣ ନହେବା ପର୍ଯ୍ୟନ୍ତ […]

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 07:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣବଳାତ୍କାର ଘଟଣାକୁ ୧୪ ଦିନ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ଅଭିଯୁଙ୍କୁ ପୋଲିସ ଧରି ପାରିନି। ଏହି ଘଟଣାରେ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ପାଇଁ ଚୁପ୍‌ ରହିଛନ୍ତି? କେବେ ପୀଡ଼ିତାଙ୍କୁ ନ୍ୟାୟ ମିଳିବ? ଆଗାମୀ ୨ ତାରିଖ ଭିତରେ ଅଭିଯୁକ୍ତ ଗିରଫ ନ ହେଲେ ରାଜ ଭବନ ଆଗରେ କଂଗ୍ରେସ ବିକ୍ଷୋଭ କରିବ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିକ୍ଷୋଭ ଚାଲିବ। ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

ସେ କହିଛନ୍ତି-“୯ମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ କୋବ୍ରା ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ବାଡ଼ି ଧରି ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ତାଙ୍କୁ ପ୍ରଥମେ କୁନ୍ଦୁଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା। ରାତି ୩ଟାରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଡାକି ଗଣବଳାତ୍କାର ଘଟିନାହିଁ ବୋଲି କହିବାକୁ କୁହା ଯାଇଥିଲା। ଜଣେ ୧୪ ବର୍ଷୀୟା ଛାତ୍ରୀ ଗଣ ବଳାତ୍କାରରେ ଶିକାର ହୋଇ ନ୍ୟାୟ ମାଗୁଥିଲା ବେଳେ ପରିବାର ଲୋକଙ୍କୁ ନିର୍ଯାତନା ଦିଆଯାଉଥିଲା।”

Related story