ବିଗିଡ଼ିଲା କୁନ୍ଦୁଲି ପୀଡ଼ିତାଙ୍କ ସ୍ୱାସ୍ଥ୍ୟ: ଆଇସିୟୁରେ ଭର୍ତ୍ତି

କଟକ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କୁ ଗତକାଲି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆତି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମେଡ଼ିସିନ୍‌ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ୭ ଜଣିଆ ସ୍ୱତନ୍ତ୍ର ଡାକ୍ତର ଦଳ ଗଠିତ କରାଯାଇଛି। ଏହାର ନେତୃତ୍ୱ ନେଉଛନ୍ତି ମେଡିସିନି ବିଭାଗ ମୁଖ୍ୟ ପ୍ରଭାତ ପାଢୀ। ଏହି ଟିମ୍‌ରେ ମେଡିସିନ, ନିଶ୍ଚେତକ ଓ ହୃଦରୋଗ ବିଭାଗ ଡାକ୍ତର ରହିଛନ୍ତି। ଗତ ୧୫ ତାରିଖରେ କୋରାପୁଟ୍‌ ଜିଲ୍ଲା କୁନ୍ଦୁଲିର ନବମ […]

Kunduli

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 06:11 PM IST

କଟକ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କୁ ଗତକାଲି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆତି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମେଡ଼ିସିନ୍‌ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ୭ ଜଣିଆ ସ୍ୱତନ୍ତ୍ର ଡାକ୍ତର ଦଳ ଗଠିତ କରାଯାଇଛି। ଏହାର ନେତୃତ୍ୱ ନେଉଛନ୍ତି ମେଡିସିନି ବିଭାଗ ମୁଖ୍ୟ ପ୍ରଭାତ ପାଢୀ। ଏହି ଟିମ୍‌ରେ ମେଡିସିନ, ନିଶ୍ଚେତକ ଓ ହୃଦରୋଗ ବିଭାଗ ଡାକ୍ତର ରହିଛନ୍ତି।

ଗତ ୧୫ ତାରିଖରେ କୋରାପୁଟ୍‌ ଜିଲ୍ଲା କୁନ୍ଦୁଲିର ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା।

Related story