ଦି’ ଥର ଜନ୍ମ ହୋଇଛନ୍ତି ବିଜେଡି ବିଧାୟକ !

କୋରାପୁଟ(ସୂର୍ଯ୍ୟ ପଣ୍ଡା):ଶୀର୍ଷକ ପଢ଼ି ଟିକେ ଚମକି ପଡ଼ିଥିବେ ନିଶ୍ଚିତ। ମନରେ ପ୍ରଶ୍ନ ଆସିଥିବ ଜଣେ ବ୍ୟକ୍ତିଙ୍କର ଦୁଇଥର କେମିତି ଜନ୍ମ ହେବ ?  ଅବଶ୍ୟ ଉତ୍ତରଟି ସେମିତି ଦ୍ୱନ୍ଦ୍ୱରେ ପକାଇଲା ଭଳି ଆସିଛି। କୋରାପୁଟ ବିଧାୟକ ରଘୁରାମ ପୋଡାଲ ସତ୍ୟପାଠରେ ଉଲ୍ଲେଖ କରିଥିବା ଦୁଇଟି ଜନ୍ମ ତାରିଖ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସତ୍ୟପାଠରେ ଦୁଇଟି ଜନ୍ମ ତାରିଖକୁ ନେଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ଆଇନଜୀବୀ କୃଷ୍ଣଚନ୍ଦ୍ର ସଁ। ବିଧାନସଭା ନିର୍ବାଚନ ସମୟରେ ବିଜେଡି ନେତା […]

p-988

p-988

Tapas Behera
  • Published: Wednesday, 28 August 2019
  • Updated: 28 August 2019, 07:06 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା):ଶୀର୍ଷକ ପଢ଼ି ଟିକେ ଚମକି ପଡ଼ିଥିବେ ନିଶ୍ଚିତ। ମନରେ ପ୍ରଶ୍ନ ଆସିଥିବ ଜଣେ ବ୍ୟକ୍ତିଙ୍କର ଦୁଇଥର କେମିତି ଜନ୍ମ ହେବ ?  ଅବଶ୍ୟ ଉତ୍ତରଟି ସେମିତି ଦ୍ୱନ୍ଦ୍ୱରେ ପକାଇଲା ଭଳି ଆସିଛି। କୋରାପୁଟ ବିଧାୟକ ରଘୁରାମ ପୋଡାଲ ସତ୍ୟପାଠରେ ଉଲ୍ଲେଖ କରିଥିବା ଦୁଇଟି ଜନ୍ମ ତାରିଖ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସତ୍ୟପାଠରେ ଦୁଇଟି ଜନ୍ମ ତାରିଖକୁ ନେଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ଆଇନଜୀବୀ କୃଷ୍ଣଚନ୍ଦ୍ର ସଁ।

ବିଧାନସଭା ନିର୍ବାଚନ ସମୟରେ ବିଜେଡି ନେତା ରଘୁରାମ ପୋଡାଲ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଥିବା ଜନ୍ମଦିନ ତାରିଖକୁ ନେଇ ଦାଏର ହୋଇଛି ଏହି ମାମଲା। ୨୦୦୯ ଓ ୨୦୧୯ ବିଧାନସଭା ନିର୍ବାଚନରେ ଦେଇଥିବା ସତ୍ୟପାଠରେ ଜନ୍ମତାରିଖ ଭିନ୍ନ ଭିନ୍ନ ଉଲ୍ଲେଖ ଥିବା ନେଇ ଏହି ମାମଲା ରୁଜୁ ହୋଇଛି।

[caption id="attachment_426651" align="alignleft" width="750"] ଆବେଦନକାରୀ ଓକିଲ କୃଷ୍ଣଚନ୍ଦ୍ର[/caption]

ଆବେଦନକାରୀ ତଥା ଆଇନଜୀବୀ କୃଷ୍ଣଚନ୍ଦ୍ର କହିଛନ୍ତି ଯେ, ୨୦୦୯ ମସିହା ନିର୍ବାଚନରେ ରଘୁରାମ ପୋଡାଲ କୋରାପୁଟର ବିଧାୟକ ପ୍ରାର୍ଥୀ ଥିଲେ। ସେ ତାଙ୍କର ସତ୍ୟପାଠରେ ଦର୍ଶାଇଥିଲେ ଯେ, ସେ ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ସୁଙ୍କି ସ୍କୁଲରେ ଦଶମ ଶ୍ରେଣୀ ପଢ଼ିଥିବା ନେଇ ସେ ଯେଉଁ ପ୍ରମାଣ ପତ୍ର ଦାଖଲ କରିଥିଲେ
ସେଥିରେ ଜନ୍ମତାରିଖ ୧୯୬୮ ବୋଲି ଉଲ୍ଲେଖ ଥିଲା।

୨୦୧୯ରେ ସେ ପୁନର୍ବାର ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଛନ୍ତି । ତେବେ ଏଥର ତାଙ୍କ ସତ୍ୟପାଠରେ ଜନ୍ମତାରିଖ ୧୯୭୦ ବୋଲି ଉଲ୍ଲେଖ କରାଯାଇଛି। ସୁନାବେଡ଼ା ସ୍କୁଲରୁ ଅଷ୍ଟମ ଶ୍ରେଣୀ ପଢ଼ି ସେ ସ୍କୁଲ ଲିଭିଂ ସାର୍ଟିଫିକେଟ ନେଇଛନ୍ତି ବୋଲି ଦର୍ଶାଯାଇଛି। ଏମିତି ଦୁଇଟି ଯାକ ସତ୍ୟପାଠରେ ତାଳମେଳ ରହୁ ନାହିଁ। ସେହିପରି ତାଙ୍କ ମନୋନୟନପତ୍ରରେ ଥିବା ଦ୍ୱିତୀୟ ଅସଙ୍ଗତି ହେଉଛି ଜାତି ପ୍ରମାଣପତ୍ର। ୨୦୦୯ ମସିହାରେ ସେ ପଟ୍ଟାଙ୍ଗିରୁ ଜାତି ସାର୍ଟିଫିକେଟ ନେଇଥିଲେ। ଅଭିଯୋଗ ହେବାରୁ ତଦନ୍ତ ପରେ ତାଙ୍କ ସାର୍ଟିଫିକେଟ ଖାରଜ ହୋଇଥିଲା।

ପରେ ସେ ସେମଳିଗୁଡ଼ାରୁ କୌଣସି ସାର୍ଟିଫିକେଟ ହାତେଇ ନେଲେ, ଯାହାକି ନିୟମ ବହିର୍ଭୁତ। ଆଇନ ଅନୁସାରେ ତାଙ୍କର ଜନ୍ମସ୍ଥାନରୁ ହିଁ ଏହି ସାର୍ଟିଫିକେଟ ମଞ୍ଜୁର ହେବା କଥା। ତେଣୁ ‘ଏହି ଦୁଇଟି ଘଟଣାକୁ ଆଧାର କରି ମୁଁ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରିଛି’ ବୋଲି ଆଇନଜୀବୀ କୃଷ୍ଣଚନ୍ଦ୍ର କହିଛନ୍ତି।

ଆଇନଜୀବୀଙ୍କର ଏହି ଅଭିଯୋଗ ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

https://youtu.be/5CTHoP4ccK4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos