କ୍ୱାରେଣ୍ଟାଇନ୍‌ରେ ରହିଲେ କୋରାପୁଟ ସାଂସଦ

କୋରାପୁଟ (ସୂର୍ଯ୍ୟ ପଣ୍ଡା): କ୍ୱାରେଣ୍ଟାଇନ୍‌ରେ ରହିଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଦିଲ୍ଲୀରୁ ରାୟଗଡ଼ା ଫେରିବା ପରେ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସାଂସଦଙ୍କ ଘର ଆଗରେ କ୍ୱାରେଣ୍ଟାଇନ୍‌ ଷ୍ଟିକର ଲଗାଯାଇଛି।  ଜୁନ ୮ ଯାଏଁ ଅର୍ଥାତ୍‌ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ତାଙ୍କୁ କୁହାଯାଇଛି। ସଂସଦ ଅଧିବେଶନରେ ଯୋଗଦେବାକୁ ମାର୍ଚ୍ଚରେ ଦିଲ୍ଲୀ ଯାଇଥିବା ସାଂସଦ ଉଲ୍ଲାକା। ତେବେ ଲକ୍‌ଡାଉନ୍‌ ଯୋଗୁ ଆଉ ଫେରି ପାରି ନ ଥିଲେ। ତେବେ ବିମାନ […]

mp-1--1

Niharika Rout
  • Published: Wednesday, 27 May 2020
  • , Updated: 27 May 2020, 08:47 AM IST

କୋରାପୁଟ (ସୂର୍ଯ୍ୟ ପଣ୍ଡା): କ୍ୱାରେଣ୍ଟାଇନ୍‌ରେ ରହିଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଦିଲ୍ଲୀରୁ ରାୟଗଡ଼ା ଫେରିବା ପରେ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସାଂସଦଙ୍କ ଘର ଆଗରେ କ୍ୱାରେଣ୍ଟାଇନ୍‌ ଷ୍ଟିକର ଲଗାଯାଇଛି।  ଜୁନ ୮ ଯାଏଁ ଅର୍ଥାତ୍‌ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ତାଙ୍କୁ କୁହାଯାଇଛି।

ସଂସଦ ଅଧିବେଶନରେ ଯୋଗଦେବାକୁ ମାର୍ଚ୍ଚରେ ଦିଲ୍ଲୀ ଯାଇଥିବା ସାଂସଦ ଉଲ୍ଲାକା। ତେବେ ଲକ୍‌ଡାଉନ୍‌ ଯୋଗୁ ଆଉ ଫେରି ପାରି ନ ଥିଲେ। ତେବେ ବିମାନ ସେବା ଆରମ୍ଭ ହେବାରୁ ସେ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ୩୦ରୁ ୨୯ ଜିଲ୍ଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ଏଯାଏଁ ରାୟଗଡ଼ା ଜିଲ୍ଲାରୁ କେହି ପଜିଟିଭ ଚିହ୍ନଟ ହୋଇନାହାନ୍ତି।

Related story