ରାତିରେ ଜଙ୍ଗଲରେ ଚାଲି ଥିଲା ଜୁଆ ଖେଳ, ତା’ପରେ...

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ବିଳମ୍ୱିତ ରାତିରେ ଘଞ୍ଚ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ। ଖବର ପାଇ ପୁଲିସ ଅଚାନକ ଚଢ଼ଉ କଲା। ଆଉ ପୁଲିସକୁ ଦେଖି ଜୁଆଡ଼ିମାନେ ଦୌଡ଼ିଲେ। ଅନ୍ଧାର ରାତିରେ ପୁଲିସ ସେମାନଙ୍କୁ ପିଛାକରି ୩ ଜଣଙ୍କୁ ଧରିଥିବା ବେଳେ ବହୁ ଟଙ୍କା ନଗଦ ଟଙ୍କା ଜବତ କରିଛି। ଏପରି ଘଟଣା କୋରାପୁଟ ସଦର ଥାନା ଅଞ୍ଚଳରେ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ସଦର ଥାନା ଅଞ୍ଚଳର ଝଡିଗୁଡ଼ା ଜଙ୍ଗଲରେ ଜୁଆ ଖେଳ ଚାଲିଥିଲା। ୨୦ରୁ ଅଧିକ […]

gee

gee

Manoranjan Sial
  • Published: Friday, 28 February 2020
  • Updated: 28 February 2020, 05:56 PM IST

Sports

Latest News

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ବିଳମ୍ୱିତ ରାତିରେ ଘଞ୍ଚ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ। ଖବର ପାଇ ପୁଲିସ ଅଚାନକ ଚଢ଼ଉ କଲା। ଆଉ ପୁଲିସକୁ ଦେଖି ଜୁଆଡ଼ିମାନେ ଦୌଡ଼ିଲେ। ଅନ୍ଧାର ରାତିରେ ପୁଲିସ ସେମାନଙ୍କୁ ପିଛାକରି ୩ ଜଣଙ୍କୁ ଧରିଥିବା ବେଳେ ବହୁ ଟଙ୍କା ନଗଦ ଟଙ୍କା ଜବତ କରିଛି। ଏପରି ଘଟଣା କୋରାପୁଟ ସଦର ଥାନା ଅଞ୍ଚଳରେ ଘଟିଛି।

ଗତକାଲି ବିଳମ୍ୱିତ ରାତିରେ ସଦର ଥାନା ଅଞ୍ଚଳର ଝଡିଗୁଡ଼ା ଜଙ୍ଗଲରେ ଜୁଆ ଖେଳ ଚାଲିଥିଲା। ୨୦ରୁ ଅଧିକ ଜୁଆଡ଼ି କରୁଥିଲେ ଜୁଆ ଖେଳ। କୌଣସି ସୂତ୍ର ଖବର ପାଇ ପୁଲିସ ଅଚାନକ ଉକ୍ତ ଜଙ୍ଗଲରେ ଚଢ଼ଉ କରିଥିଲା। ଅନ୍ଧାର ରାତିର ସୁଯୋଗ ନେଇ ପୁଲିସକୁ ଦେଖି କେତେକ ଜୁଆଡ଼ିମାନେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ତେବେ ପୁଲିସ ସେଠାରୁ ଜିତେନ୍ଦ୍ର ମିଶ୍ର, ଚାଷି ସୁନା ଓ ମାନସ କୁମାର ସବରଙ୍କୁ ଗିରଫ କରିଥିଲା। ଏପରିକି ଘଟଣା ସ୍ଥଳରୁ ୫ଟି ବାଇକ୍‌, ଗୋଟିଏ କାର୍‌, ୮୦ ହଜାର ଟଙ୍କା ଓ ୪ଟି ମୋବାଇଲ୍‌ ଜବତ କରିଥିଲା। ଅନ୍ୟପକ୍ଷରୁ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛି।

କେତେଦିନ ଧରି ସେହି ଜଙ୍ଗଲରେ ଜୁଆ ଖେଳ ଚାଲିଥିଲା ଓ ଏଥିରେ ଆଉ କାହାର ହାତ ରହିଛି, ତାହା ଉପରେ ପୁଲିସ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos