କୋରାପୁଟ ଓ ରାୟଗଡା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋରାପୁଟ/ରାୟଗଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ କୋରାପୁଟ ଓ ରାୟଗଡ଼ା ଗସ୍ତରେ ଯାଇ କୋରାପୁଟରେ କେବିକେ ଅଞ୍ଚଳର ଦ୍ୱିତୀୟ ସରକାରୀ ମେଡିକାଲ୍ କଲେଜର ଶିଳାନ୍ୟାସ କରିଛନ୍ତି। ଏହା ପରେ ବନ୍ଧୁଗାଁ,ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକର ବିଭିନ୍ନ ସ୍ଥାନରେ ଛାତ୍ରାବାସ, ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ବୋରିଗୁମ୍ମା ବ୍ଲକରେ ପାଇପ ଜଳଯୋଗାଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ।ଏହିସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ସାଧାରଣ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ରାୟଗଡ଼ାର ପିତାମହଲରେ […]

chif minister

chif minister

Rakesh Mallick
  • Published: Monday, 31 August 2015
  • Updated: 31 August 2015, 01:44 PM IST

Sports

Latest News

chiefକୋରାପୁଟ/ରାୟଗଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ କୋରାପୁଟ ଓ ରାୟଗଡ଼ା ଗସ୍ତରେ ଯାଇ କୋରାପୁଟରେ କେବିକେ ଅଞ୍ଚଳର ଦ୍ୱିତୀୟ ସରକାରୀ ମେଡିକାଲ୍ କଲେଜର ଶିଳାନ୍ୟାସ କରିଛନ୍ତି। ଏହା ପରେ ବନ୍ଧୁଗାଁ,ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକର ବିଭିନ୍ନ ସ୍ଥାନରେ ଛାତ୍ରାବାସ, ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ବୋରିଗୁମ୍ମା ବ୍ଲକରେ ପାଇପ ଜଳଯୋଗାଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ।ଏହିସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ସାଧାରଣ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ରାୟଗଡ଼ାର ପିତାମହଲରେ ଏଲ୍.ଭି. ପ୍ରସାଦ ଚକ୍ଷୁ ଚିକି-ତ୍ସାଳୟ ଉଦଘାଟନ କରିଥିଲେ। ଏହାପରେ ଜୀବନବିନ୍ଦୁ ରକ୍ତଦାନ ଶିବିର ପରିଦର୍ଶନ କରିଥିଲେ। ପରେ ନବନିର୍ମିତ ସଂସ୍କୃତି ଭବନ ଓ ଜିଲ୍ଲା ସଂଗ୍ରାହଳୟ ଉଦଘାଟନ କରିଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିଷମକଟକରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାପରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos