କୋରାପୁଟ: ସପ୍ତାହିକ ହାଟରେ ଫଟୋ ଉଠା କଟକଣା, କମୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ

ଲମତାପୁଟ: ଓଡିଶାର ପ୍ରାକୃତିକ ସୌନ୍ଦଯ୍ୟ ଓ ଆଦିମ ଜନଜାତିଙ୍କ ଜୀବନଶୈଳୀର ଝଲକ ଦେଖିବାକୁ ମିଳେ କୋରାପୁଟ ଜିଲ୍ଲାରେ। ବିଶେଷ କରି ସପ୍ତାହିକ ହାଟଗୁଡିକରେ ଏହାର ଝଲକ ଅଧିକ ଦେଖିବାକୁ ମିଳିଥାଏ। ଏହାକୁ ଦେଖିବାକୁ ଓ ଆଦିବାସୀମାନଙ୍କ ସମାଗ୍ରୀ କିଣିବାକୁ ଉପାନ୍ତ ଅଞ୍ଚଳକୁ ଛୁଟି ଆସନ୍ତି ହଜାର ହଜାର ବିଦେଶୀ ପର୍ଯ୍ୟଟକ। ସାପ୍ତାହିକ ହାଟରେ ବିଭିନ୍ନ ଦୁର୍ଲଭ ଜିନିଷ କିଣିବାକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ଭିଡ ଜମେ। କିଛି ଦ୍ରବ୍ୟ କିଣିନ୍ତି ଆଉ କିଛି ଦ୍ରବ୍ୟ କିଣିବା ସହ […]

foreigner at koraput

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 05:34 PM IST

ଲମତାପୁଟ: ଓଡିଶାର ପ୍ରାକୃତିକ ସୌନ୍ଦଯ୍ୟ ଓ ଆଦିମ ଜନଜାତିଙ୍କ ଜୀବନଶୈଳୀର ଝଲକ ଦେଖିବାକୁ ମିଳେ କୋରାପୁଟ ଜିଲ୍ଲାରେ। ବିଶେଷ କରି ସପ୍ତାହିକ ହାଟଗୁଡିକରେ ଏହାର ଝଲକ ଅଧିକ ଦେଖିବାକୁ ମିଳିଥାଏ। ଏହାକୁ ଦେଖିବାକୁ ଓ ଆଦିବାସୀମାନଙ୍କ ସମାଗ୍ରୀ କିଣିବାକୁ ଉପାନ୍ତ ଅଞ୍ଚଳକୁ ଛୁଟି ଆସନ୍ତି ହଜାର ହଜାର ବିଦେଶୀ ପର୍ଯ୍ୟଟକ। ସାପ୍ତାହିକ ହାଟରେ ବିଭିନ୍ନ ଦୁର୍ଲଭ ଜିନିଷ କିଣିବାକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ଭିଡ ଜମେ। କିଛି ଦ୍ରବ୍ୟ କିଣିନ୍ତି ଆଉ କିଛି ଦ୍ରବ୍ୟ କିଣିବା ସହ ଫୋଟ ଉଠାଇଥାନ୍ତି। ତେବେ ଫଟୋ ଉଠାକୁ ନେଇ କଟକଣା ଜାରି ହେବା ପରେ ଏବେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାର ପ୍ରଭାବ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ପଡିଛି। ପାରମ୍ପାରିକ ଦ୍ରବ୍ୟକୁ ସାପ୍ତାହିକ ହାଟରେ ବିକ୍ରି କରି ତେଲ ଲୁଣ ସଂସାର ଚଳାଉ ଥିବା ଆଦିବାସୀମାନେ ଏବେ ଚିନ୍ତାରେ ପଡିଛନ୍ତି।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲିର ସାପ୍ତାହିକ ହାଟ। ଏହି ହାଟରେ ଆଦିବାସୀଙ୍କ ସଂସ୍କୃତି ପରମ୍ପରାକୁ ପାଖରୁ ଦେଖିବାକୁ ମିଳିଥାଏ। ଏହାସହ ବଣ୍ଡା ଜାତିର ମହିଳା ଓ ପୁରୁଷମାନେ ବ୍ୟବହାର କରୁଥିବା ମାଳି, କାନଫୁଲ, ବସ୍ତ୍ର, ଧନୁତୀର ଆଦି ସାମଗ୍ରୀ ବିକ୍ରି କରନ୍ତି। ଯାହା କେବଳ ଦେଶ ନୁହେଁ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟ ଆକୃଷ୍ଟ କରିଥାଏ। ଏଠାକୁ ବୁଲିବାକୁ ଆସିଥିବା ଇଟାଲି ପର୍ଯ୍ୟଟକ ମାରିଆ ରିନାଲ୍ଡ କହିଛନ୍ତି ଆଦିବାସୀ ମହିଳାମାନେ ବହୁତ ଭଲ। ଭଲ ବ୍ୟବହାର କରନ୍ତି। ଆମେମାନେ ତାଙ୍କୁ ଉଚିତ ଦାମ୍ ଦେଇ ସେମାନଙ୍କର ପାରମ୍ପାରିକ ଜିନିଷ କିଣିଛୁ।

ଜିନିଷ ବିକି ବେଶ୍ ଦି ପଇସା ରୋଜଗାର କରନ୍ତି ଆଦିବାସୀ। କିନ୍ତୁ ୨୦୧୨ ପରଠାରୁ ବିଦେଶୀ ପର୍ଯ୍ୟଟକମାନେ ଆଦିବାସୀଙ୍କ ଫଟୋ ଉଠାଇବା ଉପରେ କଟକଣା ଜାରି ହେବା ପରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି ବୋଲି କହିଛନ୍ତି ଟ୍ୟୁରିଷ୍ଟ ଗାଇଡ୍ ବିଷେଶ୍ୱର ଦାସ। ଏହି ଅଞ୍ଚଳ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାରୁ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

Related story