ସୁଙ୍କି ଘାଟି ବିସ୍ଫୋରଣରେ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ

ଜଗତସିଂହପୁର: ସୁଙ୍କି ଘାଟି ବିସ୍ଫୋରଣରେ ସହିଦ ୮ ପୋଲିସ୍‌ କର୍ମଚାରୀଙ୍କୁ ନିଜ ଗାଁରେ ଅନ୍ତିମ ସଂସ୍କାର କରାଯାଇଛି। ଆଜି ଜଗତସିଂହପୁର ଜିଲ୍ଲାର ହରେକୃଷ୍ଣ ପୃଷ୍ଟିଙ୍କ ମରଶରୀର ରଘୁନାଇପୁରରେ ପହଞ୍ଚି ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସହିଦଙ୍କୁ ଶେଷ ଦର୍ଶନ କରିବା ପାଇଁ ଆତ୍ମିୟ ସ୍ୱଜନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସହିଦ ଅମର ରହେ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ପରେ ସହିଦଙ୍କ ମରଶରୀରକୁ ଏକ ବିଶାଳ ଶୋଭାଯାତ୍ରରେ ଜନ୍ମମାଟି ପଦ୍ମପୁର ଗାଁକୁ ନିଆଯାଇ ଅନ୍ତିମ […]

koraput sunki ghati blast

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 11:01 PM IST

ଜଗତସିଂହପୁର: ସୁଙ୍କି ଘାଟି ବିସ୍ଫୋରଣରେ ସହିଦ ୮ ପୋଲିସ୍‌ କର୍ମଚାରୀଙ୍କୁ ନିଜ ଗାଁରେ ଅନ୍ତିମ ସଂସ୍କାର କରାଯାଇଛି। ଆଜି ଜଗତସିଂହପୁର ଜିଲ୍ଲାର ହରେକୃଷ୍ଣ ପୃଷ୍ଟିଙ୍କ ମରଶରୀର ରଘୁନାଇପୁରରେ ପହଞ୍ଚି ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସହିଦଙ୍କୁ ଶେଷ ଦର୍ଶନ କରିବା ପାଇଁ ଆତ୍ମିୟ ସ୍ୱଜନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସହିଦ ଅମର ରହେ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ପରେ ସହିଦଙ୍କ ମରଶରୀରକୁ ଏକ ବିଶାଳ ଶୋଭାଯାତ୍ରରେ ଜନ୍ମମାଟି ପଦ୍ମପୁର ଗାଁକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।

କେନ୍ଦୁଝରରୁ ସହିଦ ହୋଇଥିବା ୩ ଯବାନ ସୁବର୍ଣ୍ଣ କୁମାର ରାଜ, ଗଣେଶ ପ୍ରସାଦ ସା ଏବଂ ସଞ୍ଜୟ କୁମାର ଦାସଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସହିଦଙ୍କ ମରଶରୀର କେନ୍ଦୁଝରରେ ପହଞ୍ଚିବା ପରେ ତୋପ ସଲାମୀ ଦିଆଯାଇଥିଲା। ଏହାପରେ ଜିଲ୍ଲାପାଳ ଓ ଏସ୍‌ପି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ସହିଦଙ୍କ ମରଶରୀରକୁ ବିଶାଳ ଶୋଭାଯାତ୍ରାରେ ଜନ୍ମମାଟିକୁ ନିଆଯାଇ ଗାଁ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

କଟକ ନିଆଳି କୂଳମାଧବ ଗାଁରେ ସହିଦ ପ୍ରଦୀପ୍ତ ରାଉତଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଗୁଡ଼ିସାହିରେ ସହିଦ ଅରୁଣ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

କାମାକ୍ଷାନଗରର ବୀର ପୁଅ ସହିଦ ଅରୁଣ ନାୟକଙ୍କୁ ଅଞ୍ଚଳବାସୀ ଅନ୍ତିମ ବିଦାୟ ଦେଇଥିଲେ। ମରୁଆବିଲଠାରୁ ଶହ ଶହ ଜନତା ସହିଦ ଅରୁଣଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଜ ଗାଁ ଗୁଡିସାହିକୁ ନେଇଥିଲେ। ଏହାପରେ ଭାବବିହ୍ୱଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Related story