କିରାସିନି କଳାବଜାରୀକୁ ରାଜ୍ୟର ମନ୍ତ୍ରୀ ପ୍ରୋତ୍ସାହନ ଦେଉଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର: କିରାସିନି କୋଟାକୁ ନେଇ ରାଜ୍ୟ କେନ୍ଦ୍ର କଳି ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି। କେନ୍ଦ୍ର କୋଟା କାଟିବା ଅଭିଯୋଗ କରି ଆସନ୍ତାକାଲି ବିଜେଡି ରାସ୍ତାକୁ ଓହ୍ଲାଉ ଥିବା ବେଳେ ରାଜ୍ୟ ମନ୍ତ୍ରୀଙ୍କ ବିରୋଧରେ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ। ରାଜ୍ୟ ମନ୍ତ୍ରୀଙ୍କ ପ୍ରୋତ୍ସାହନରେ କିରାସିନି କଳାବଜାରୀ ହେଉଥିବା ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି,“ଗରିବଙ୍କ ଦ୍ୱାହି ଦେଇ ରାଜ୍ୟର ମନ୍ତ୍ରୀ କଳାବଜାରୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଏହାଦ୍ୱାରା ରାଜସ୍ୱ ହାନୀ ହେଉଛି।” […]

dharmendra

Rakesh Mallick
  • Published: Sunday, 09 April 2017
  • , Updated: 09 April 2017, 10:08 PM IST

ଭୁବନେଶ୍ୱର: କିରାସିନି କୋଟାକୁ ନେଇ ରାଜ୍ୟ କେନ୍ଦ୍ର କଳି ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି। କେନ୍ଦ୍ର କୋଟା କାଟିବା ଅଭିଯୋଗ କରି ଆସନ୍ତାକାଲି ବିଜେଡି ରାସ୍ତାକୁ ଓହ୍ଲାଉ ଥିବା ବେଳେ ରାଜ୍ୟ ମନ୍ତ୍ରୀଙ୍କ ବିରୋଧରେ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ। ରାଜ୍ୟ ମନ୍ତ୍ରୀଙ୍କ ପ୍ରୋତ୍ସାହନରେ କିରାସିନି କଳାବଜାରୀ ହେଉଥିବା ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି,“ଗରିବଙ୍କ ଦ୍ୱାହି ଦେଇ ରାଜ୍ୟର ମନ୍ତ୍ରୀ କଳାବଜାରୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଏହାଦ୍ୱାରା ରାଜସ୍ୱ ହାନୀ ହେଉଛି।”

ସେ ଆହୁରି କହିଛନ୍ତି,“ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ ପଞ୍ଚାୟତର ହିତାଧିକାରୀଙ୍କ ତାଲିକା ପ୍ରକାଶ କରନ୍ତୁ। ସବ୍‌ଡିଲରମାନଙ୍କ ନାଁ ଅଛି, କାରଣ ସେମାନଙ୍କ ପାଖରୁ ଚାନ୍ଦା ଆସୁଛି। ମୁଁ କହୁଛି ଯଦି ରାଜ୍ୟ ସରକାରଙ୍କ ସତ୍‌ସାହସ ଅଛି ହିତାଧିକାରୀଙ୍କ ତାଲିକା ଘୋଷଣା କରନ୍ତୁ। ରାଜନୈତିକ ପଇଁତରାବାଜି ପାଇଁ ସେମାନେ ଧୂରନ୍ଦର। ସେମାନେ କୁହନ୍ତୁ ମୁଖ୍ୟମନ୍ତ୍ରୀ କିରାସିନି ହିତାଧିକାରୀ ତାଲିକାରେ ନାହାନ୍ତି।”

କିରାସିନି କୋଟା ବିଜୁଳି ଓ ଏଲ୍‌ପିଜି ଗ୍ୟାସ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରୁ କମିଛି ବୋଲି କେନ୍ଦ୍ର ଯୁକ୍ତି ବାଢୁଥିବା ବେଳେ ରାଜ୍ୟ ଏହାକୁ ମାନିବାକୁ ପ୍ରସ୍ତୁତ ନାହିଁ। ରାଜ୍ୟ ସରକାର କହୁଛନ୍ତି, ଦୁର୍ଗମ ଅଞ୍ଚଳରେ ଲୋକେ କିରାସିନି ଉପରେ ନିର୍ଭର କରୁଛନ୍ତି। ତେଣୁ ରାଜ୍ୟର ହକ୍‌ ମିଳୁ।

ତେବେ କେନ୍ଦ୍ର ରାଜ୍ୟ ତୁ ତୁ ମେଁ ମେଁର ଅନ୍ୟ ଏକ କାରଣ ସବ୍‌ସିଡ କିରାସିନିର ବାଟମାରଣରୁ ଆସୁଥିବା ଟଙ୍କାକୁ ନେଇ ବୋଲି ଚର୍ଚ୍ଚା ହେଉଛି। ବିଜେପି କହୁଛି ଡିଲରଙ୍କ ପାଖରୁ ଲୋକଙ୍କ ପାଖକୁ କିରାସିନି ଯିବା ବେଳେ ବାଟମାରଣା ହେଉଛି। ହେଲେ ବିଜେଡିର ଅଭିଯୋଗ ହେଲା କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଲସେଲରଙ୍କ ପାଖରୁ କିରାସିନି ଡିଲରଙ୍କ ପାଖକୁ ଆସିବା ବେଳେ କଳାବଜାରୀ ହେଉଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଆପଣ ଓ ଆପଣଙ୍କ ପ୍ରଧାନମନ୍ତ୍ରୀ କହୁଛନ୍ତି ସବୁ ଜାଗାକୁ ବିଦ୍ୟୁତ ଯୋଗାଇ ଦେଲେଣି। ଯଦି ଏତେ ରାଜସ୍ୱ ବଢାଇବା ଚିନ୍ତା ତେବେ ସାରା ଭାରତରେ କୋଟା କାଟ କରିଦିଅନ୍ତୁ। ବହୁ ରାଜସ୍ୱ ବଞ୍ଚିବ। ଏଥିରେ ଓଡ଼ିଶା କାହିଁକି ସବୁ ରାଜ୍ୟର ବିକାଶ ହୋଇପାରିବ।”

ସେ ଆହୁରି କହିଛନ୍ତି,“କେନ୍ଦ୍ର ସରକାର ଯେହେତୁ ହୋଲସେଲର ନିଯୁକ୍ତି କରୁଛନ୍ତି, ଆଗ ତାଙ୍କୁ ତାଗିଦ କରନ୍ତୁ। କେଉଁ ଡିପୋରୁ କେଉଁ ହୋଲସେଲର କେତେ କିରାସିନି ନେଉଛି ଓ କେଉଁଠି ବାଣ୍ଟୁଛି ତା’ର ତାଲିକା ତାଙ୍କ ପାଖରେ ମଧ୍ୟ ଥିବ। ଅନ୍ଧାରରେ ଟେକା ପକାଇବା ଓ ଦାୟିତ୍ୱହୀନ ମନ୍ତବ୍ୟ ଦେବା ଛାଡିବା ଉଚିତ।”

Related story