କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରର ଦାଦାଗିରି: ଆଧାର କାର୍ଡ ପାଇଁ ଉଠାଇଲେ ଫଟୋ

କୋରାପୁଟ: ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର କିଛି ସରକାରୀ ଅଧିକାରୀ ଆନ୍ଧ୍ର ସୀମାକୁ ଲାଗି ଥିବା କୋଟିଆ ଗ୍ରାମକୁ ଆସି ଲୋକଙ୍କ ଆଧାର କାର୍ଡ ପାଇଁ ଫଟୋ ଉଠାଇଛନ୍ତି। ଗତମାସ ୧୦ ତାରିଖରେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ର ଜିଲ୍ଲାପାଳଙ୍କ ସହ କିଛି ସରକାରୀ ଅଧିକାରୀ କୋଟିଆ ଏବଂ ଏହା ଆଖପାଖ ଗାଁରେ କମ୍ବଳ ଓ ସୋଲାର ଲାଇଟ୍ ଆଦି ବାଣ୍ଟିଥିଲେ। ଏହାପରେ କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସଂପୃକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ।